You are currently viewing ଇଣ୍ଡିଆନ ବ୍ୟାଙ୍କ ଆସିକା ଶାଖା ଉଦଘାଟିତ
ଇଣ୍ଡିଆନ ବ୍ୟାଙ୍କ ଆସିକା ଶାଖା ଉଦଘାଟିତ

ଆସିକା-06/ ଜୁନ୍- ଆଜି ଆସିକା କଳିଙ୍ଗା ରୋଡ଼ ସନ୍ନିକଟ ନୂଆ ବସଷ୍ଟାଣ୍ଡ ନିକଟରେ ସରକାରୀ ବ୍ୟାଙ୍କ୍, ଇଣ୍ଡିଆନ ବ୍ୟାଙ୍କର ଏକ ନୂତନ ଶାଖା ଭୁବନେଶ୍ୱର କ୍ଷେତ୍ରୀୟ ମହାପ୍ରବନ୍ଧକ ଶ୍ରୀମତୀ ଏସ଼୍ କନକଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ସର୍ବ ପ୍ରଥମେ ଆରାଧ୍ୟ ଦେବତା ଜଗନ୍ନାଥ ଓ ମା’ ଖମ୍ବେଶ୍ବରୀଙ୍କୁ ସ୍ମରଣ କରି ଉପସ୍ଥିତ ଜନସାଧାରଣଙ୍କୁ ବ୍ୟାଙ୍କର ବିଭିନ୍ନ ସେବା, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସେବା ଉପରେ ଆଲୋକପାତ କରିଥିଲେ।

ଏହି ନୂତନ ଶାଖାଟି ବ୍ରହ୍ମପୁର ଜୋନର 43ତମ ଓ ସର୍ବଭାରତର 6003ତମ ଶାଖା ଅଟେ । ଏହି ଅବସରରେ ସ୍ଥାନୀୟ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରତାପ ପରମାର, ଉପ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀଯୁକ୍ତ ପ୍ରିୟଦର୍ଶନ ମିଶ୍ର, ଏବଂ ନିକଟସ୍ଥ ଅନେକ ଶାଖାର ପ୍ରବନ୍ଧକ ଓ କର୍ମଚାରୀ ଉପସ୍ଥିତ ଥିଲେ। ଆସିକା ଚାମ୍ବର ଅଫ୍ କମର୍ସ, ମର୍ଚ୍ଚାଣ୍ଟ ଆସୋସିଏସନ, ଲାୟନ୍ସ କ୍ଳବ୍, ମହାବିଦ୍ୟାଳୟ, ମୁନିସିପାଲିଟି,ବାର୍ ଆସୋସିଏସନ, ଆଳୀୟ ଖଣ୍ଡାୟତ ସମାଜ ଏପରି ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ଶାଖା ପରିଚାଳକ ଶ୍ରୀଯୁକ୍ତ କେ. ରାଜକୁମାର ପାତ୍ର ସ୍ବାଭିମାନ,ସାଂସ୍କୃତିକ, ସମବାୟ ଓ ଭାଇଚାରାର ସଙ୍ଗମ କ୍ଷେତ୍ର ଆସିକା ସହରର ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିବା ସହିତ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ।