କୋଦଳା (୨୮/୦୭/୨୦୨୩)
ଗ୍ରାମାଞ୍ଚଳର ଅଧ୍ୟୟନ ରତ ଛାତ୍ରଛାତ୍ରୀମାନେ କାହାରି ପ୍ରରୋଚନାରେ ପଡି କୌଣସି ଅପରାଧ ପ୍ରବଣ କାର୍ଯ୍ୟରୁ ନିଜକୁ ଦୂରେଇ ରଖିପାରିଲେ ବାଳ ଅପରାଧି ଆଇନ୍ ୨୦୧୫ର ସଠିକ୍ କାର୍ଯ୍ୟକାରିତା ହୋଇ ପାରିବ ବୋଲି ଆଜି ଦେଓଗାଁ ଠାରେ ଅନୁଷ୍ଠିତ ଏକ ସଚେତନତା କାର୍ଯ୍ଯକ୍ରମରେ ଯୋଗଦେଇ ୩ ବିଚାରପତି ମତ ରଖିଛନ୍ତି।

କୋଦଳା ତାଲୁକା ଲିଗାଲ୍ ସର୍ଭିସେସ୍ କମିଟି ପକ୍ଷରୁ ଆଜି ଅପରାହ୍ନରେ କୋଦଳା ନିକଟସ୍ଥ ଦେଓଗାଁ ଠାରେ ଥିବା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ବାଳ ଅପରାଧ ସଂପର୍କରେ ସଚେତନ କରିଥିଲେ ୩ ବିଚାରପତି।

ବାଳ ଅପରାଧି ଆଇନ୍ ଓ ଶିର୍ଷକ କର୍ମଶାଳାରେ କୋଦଳା ଜେଏମଏଫସି କୋର୍ଟ ବିଚାରପତି ବିମଳ ଲଷ୍ମୀ ଚୌଧୁରୀ, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଚିନ୍ମୟ ଗଛାୟତ, ସବ୍ ଜର୍ଜ ବର୍ଣ୍ଣାଳୀ ତ୍ରିପାଠୀ, ବାର୍ ସଭାପତି ପୂର୍ଣ୍ଣଚନ୍ଦ୍ର ମିଶ୍ର, ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ସାହୁ, ସରକାରୀ ଓକିଲ ନୀଳାଞ୍ଚଳ ପଲେଇ, ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
