You are currently viewing ରାମଜୀ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ଯରେ ସମାଜ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ।
ରାମଜୀ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ଯରେ ସମାଜ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଦିଗପହଣ୍ଡି , ୧୫/୧୨ -:- ରାମଜୀ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ଯରେ ସମାଜ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କଲେଜର ସମସ୍ତ ଛାତ୍ରଛାତ୍ରୀ ପ୍ଲାକାର୍ଡ ଧରି ଏକ ବିଶାଳ ଶୋଭାଯାତ୍ରାରେ କଲେଜରୁ ବାହାରି ସ୍ବଚ୍ଛତା ସଂପର୍କିତ ସ୍ଲୋଗାନ ଦେବାସହ ଗ୍ରାମ ସଫେଇ କରିଥିଲେ,ଗ୍ରାମ ପରିକ୍ରମା କରି ଠାକୁରାଣୀ ମନ୍ଦିର ଛକ ନିକଟରେ ଉପସ୍ଥିତ ହୋଇଥିଲେ।ଏହାପରେ କଲେଜର ଅଧ୍ୟକ୍ଷ ଶ୍ରୀ ନିହାର ରଂଜନ କର, ଡକ୍ଟର ଲକ୍ଷ୍ମୀକାନ୍ତ ମହାପାତ୍ର ଉପସ୍ଥିତିରେ ରାମଜୀ ମଠର ମହନ୍ତଙ୍କ କରକମଳରେ ସାକ୍ଷରତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

ଅଧ୍ୟକ୍ଷ ,ମହନ୍ତ ମହାରାଜ ତଥା ଛାତ୍ରଛାତ୍ରୀମାନେ ଗ୍ରାମବାସୀଙ୍କ ନିମନ୍ତେ ସ୍ବଚ୍ଛତା ଓ ସାକ୍ଷରତା ସଂପର୍କିତ ଗୀତ ଓ ନାଟକ ରେବତୀ ପରିବେଷଣ କରିଥିଲେ, ଫକିର ମୋହନ ସେନାପତି ଙ୍କ କାଳ ଜୟୀ ନାଟକ କୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ। ।ଉକ୍ତ କାର୍ଯ୍ଯକ୍ରମରେ ନୋଡାଲ ଅଫିସର ସୁଶ୍ରୀ ଇତିପ୍ରଭା ,କଲେଜର ସମସ୍ତ କର୍ମଚାରୀ,ଛାତ୍ରଛାତ୍ରୀ ତଥା ଗ୍ରାମବାସୀମାନେ ଉପସ୍ଥିତ ଥିଲେ।କାର୍ଯ୍ଯକ୍ରମ ଶେଷରେ ଅଧ୍ଯାପକ ପ୍ରଶାନ୍ତ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।