ଖଲ୍ଲିକୋଟ ; 5/2 ସୋମବାର ଦିନ ଖଲ୍ଲିକୋଟ ଏନ ଏ ସି ତରଫରୁ ବିଶ୍ୱ ଭାଷା ମହାକୁମ୍ଭ ର ଅନ୍ତିମ ଦିବସ ପାଳିତ କରିବା ସହ ଖଲ୍ଲିକୋଟ ସହର ର କବି, ସାହିତ୍ୟିକ, ଶିକ୍ଷାବିତ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି |ଖଲ୍ଲିକୋଟ ସ୍ଥିତ କନକ ମଞ୍ଜରୀ କଲ୍ୟାଣ ମଣ୍ଡପ ଠାରେ ଏନ ଏ ସି ଅଧକ୍ଷ ଇଂ ନିରଞ୍ଜନ ବେହେରା ଙ୍କ ଅଧକ୍ଷତା ରେ ଏକ ଭାଷା, ସାହିତ୍ୟ ଓ ସାଂସ୍କୃତିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷାବିତ

ଉମେଶ ଚନ୍ଦ୍ର ମିଶ୍ର ଓଡ଼ିଆ ଭାଷା ଆଧୁନିକ ଚାକ ଚକ୍ୟ ରେ ମାରିବାକୁ ବସିଲାଣି ତେଣୁ ଭାଷା କୁ ଭଲ ପାଇବା ପାଇଁ ପରାମର୍ଶ ଦେଇଥିଲେ |ଶିକ୍ଷାବିତ ପୂର୍ଣ୍ଣ ଚନ୍ଦ୍ର ରଥ ବର୍ତମାନ ର ଯୁବ ପିଢ଼ି ମାନେ ଓଡ଼ିଆ ବାଣୀ ଭଣ୍ଡାର ରେ ଗଛିତ ଥିବା କୃତବିଦ୍ୟା ପାଠ କଲେ ଭାଷା ଉତ୍କର୍ଷ ବୃଦ୍ଧି ପାଇବ ବୋଲି ପ୍ରକାଶ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ କବି ଓ ବରିଷ୍ଟ ଚିତ୍ରଶିଳ୍ପୀ ଶ୍ରୀମତୀ ବସନ୍ତ କୁମାରୀ ସାମନ୍ତ ଅଧିକ ଇଂରାଜୀ ବିଦ୍ୟାଳୟ ଶିକ୍ଷା କାଳଜୟୀ ଶ୍ରେଷ୍ଠ ଓଡ଼ିଆ ଭାଷା ଅଧୋଗତି କାରଣ ବୋଲି ପ୍ରକାଶ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ କାଉ ନସିଲର ତଥା ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରଦୀପ କୁମାର ପଟନାୟକ, ଶ୍ରୀମତୀ ସୁଜାତା ସାମନ୍ତ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ |ଉକ୍ତ ଭାଷା କୁମ୍ଭ ଉଛବ ରେ ଶିକ୍ଷାବିତ ଉମେଶ ଚନ୍ଦ୍ର ମିଶ୍ର,ଚିତ୍ର ଶୀଳ୍ପୀ ବସନ୍ତ ମଞ୍ଜରୀ ସାମନ୍ତ, ଶିକ୍ଷାବିତ ପୂର୍ଣ୍ଣ ଚନ୍ଦ୍ର ରଥ, ପ୍ରାବାନ୍ଧିକ ଡ଼ଃ. ଦ୍ୱାରିକାନାଥ ମହାରଣା ସାହିତ୍ୟିକା ଜ୍ୟୋଛଣା, ରାଣୀ ପ୍ରଧାନ, କବୟିତ୍ରୀ ଓ ଶିକ୍ଷୟତ୍ରୀ ବିଦ୍ୟୁତ ପ୍ରଭା ଦାଶ, ପ୍ରଶାନ୍ତ ମୟୀ ରଥ, ଶିଶୁ ସାହିତ୍ୟିକ ସରୋଜବାଳା ପଟନାୟଜ, ଓ ସିନ୍ଧୁ ଉର୍ମି ସାହିତ୍ୟ ସାଂସଦ ସମ୍ପାଦକ ଓ ବରିଷ୍ଟ ସାମ୍ବାଦିକ ମାଧବ ବେହେରା, ଶୀଳ୍ପୀ ସମ୍ରାଟ ପଞ୍ଚାନନ ସୁର ସେମାନଙ୍କ ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ଅଙ୍ଗବସ୍ତ୍ର ଓ ପ୍ରଶାସ୍ତି ପାତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ |ଶେଷରେ ଜଗନ୍ନାଥ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ |
( ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )

