You are currently viewing ଖଣ୍ଡଦେଉଳି ବିଜେପ ଓବିଶି ମୋର୍ଚ୍ଚାର ସ୍ୱାସ୍ଥ୍ୟ ସେବା ଶିବିର
ଖଣ୍ଡଦେଉଳି ବିଜେପ ଓବିଶି ମୋର୍ଚ୍ଚାର ସ୍ୱାସ୍ଥ୍ୟ ସେବା ଶିବିର

ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବହାଦୁର ଶାସ୍ତ୍ରୀଙ୍କ
ଜୟନ୍ତୀ ଅବସରରେ ଗଞ୍ଜାମ ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟରେ ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l
ବିଜେପି ଓବିଶି ମୋର୍ଚ୍ଚା ଆନୁକୂଲ୍ୟରେ IMS SUM HOSPITAL, (ବ୍ରହ୍ମପୁର) ଙ୍କ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା l ଓବିଶି ମୋର୍ଚ୍ଚା ରାଜ୍ୟ କୋଷାଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ
ବ୍ରହ୍ମପୁରର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଉଦଘାଟନ କରିଥିଲେ l ସମ୍ମାନୀତି ଅତିଥି ରୂପେ ପୂର୍ବତନଉପବାସ୍ପତି ରାମ ଚନ୍ଦ୍ରପଣ୍ଡା ଯୋଗଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଓବିଶି ମୋର୍ଚ୍ଚା ସୁରଥ ବିଶ୍ୱାଳ, ପୂର୍ବତନ ବ୍ଳକ ଅଧକ୍ଷ ପ୍ରଶାନ୍ତ ନାୟକ,ଖଣ୍ଡଦେଉଳି ମେଡିକାଲ ଅଫିସର ଡାକ୍ତର ସୌମ୍ୟ ରଞ୍ଜନ ମହାପାତ୍ର, ଖଣ୍ଡିଦେଉଳି ହାଇସ୍କୁଲ ପ୍ରଧାନ ଶିକ୍ଷକ ଡ଼. ଶଙ୍କର ନାରାୟଣ ବେଜ଼, ସମାଜସେବି ସଂଯୁକ୍ତା ମହାପାତ୍ର ଉପସ୍ଥିତ ଥିଲେ l ଏହି ଶିବିରରେ
-ଗାଈନିଙ୍ଗ,ଡାଇବେଟିସ,ଚର୍ମ ଅର୍ଥପେଡିକ, ଶିଶୁ, ମେଡ଼ିସିନ,ଚକ୍ଷୁ, ନୁୱେରୋଲୋଜି ବିଭାଗର ଡାକ୍ତରୀ ବିଶେଷଜ୍ଞ ସାମିଲ ହୋଇଥିଲେ l