You are currently viewing ଇଣ୍ଡିଆନ୍ ଓଭରସିସ୍ ବ୍ଯାଙ୍କର ନବକଳେବର
ଇଣ୍ଡିଆନ୍ ଓଭରସିସ୍ ବ୍ଯାଙ୍କର ନବକଳେବର

ନୂତନ କୋଠାରେ ଏକ ନୂଆଁ ରୂପରେ ଖୋଲିଛି ଇଣ୍ଡିଆନ୍ ଓଭରସିସ୍ ବ୍ଯାକଂ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଇଣ୍ଡିଆନ୍ ଓଭରସିସ୍ ବ୍ଯାକଂର ହୋଇଛି ନବକଳେବର। ପୂର୍ବରୁ ଏକ ସଂକୁଚିତ କୋଠାରେ ଚାଲିଥିବା ଏହି ବ୍ଯାକଂ ଆଜି ନୂଆ ରୂପ ପାଇଛି। ବେଗୁନିଆପଡ଼ା ମୁଖ୍ୟ ରାସ୍ତାରେ ଏବ ବଡ଼ କୋଠାରେ ଆଜିଠୁ ଆରମ୍ଭ ହୋଇଛି ଏହି ବ୍ଯାକଂ। ନୂତନ କୋଠାରେ ଶୁଭାରମ୍ଭ ହୋଇଥିବା ଉକ୍ତ ଶାଖାକୁ ଉଦଘାଟନ କରିଛନ୍ତି ବ୍ରହ୍ମପୁର ସିନିୟର ରିଜିଓନାଲ ମ୍ଯାନେଜର ଶ୍ରୀ ମନୀଷ କୁମାର। ବେଗୁନିଆପଡ଼ା ବ୍ଳକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ବେହେରା, ଶାଖା ପରିଚାଳକ ବିଭୂତି ଭୂଷଣ ମିଶ୍ରଙ୍କ ସହ ସମସ୍ତ ବ୍ଯାକଂ କର୍ମଚାରୀ, ବ୍ଯାକଂ ମିତ୍ର ପ୍ରମୁଖ ଉପସ୍ଥିତିରେ ନୂତନ କୋଠାର ଶୁଭାରମ୍ଭ ହୋଇଛି। ପୂର୍ବରୁ ଯେଉଁ କୋଠାରେ ବ୍ଯାକଂ ଚାଲିଥିଲା ସେଠାରେ ପର୍ଯ୍ଯାପ୍ତ ପରିମାଣର ଯାଗା ନଥିବା ବେଳେ ନୂଆଁ କୋଠାଟିରେ ସମସ୍ତ ସୁବିଧା ଉପଲବ୍ଧତା ଥିବା କହିଛନ୍ତି ପରିଚାଳକ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।