You are currently viewing ବ୍ରହ୍ମପୁର ପୁଲିସ ପକ୍ଷରୁ ୬୦ତମ ହୋମଗାର୍ଡ ପ୍ରତିଷ୍ଠା ଦିବସ ପାଳିତ
ବ୍ରହ୍ମପୁର ପୁଲିସ ପକ୍ଷରୁ ୬୦ତମ ହୋମଗାର୍ଡ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର,୬/୧୨/୨୨: ଗୃହରକ୍ଷୀ ବାହୀନି ମାନେ ପୋଲିସ ବିଭାଗର ଏକ ଅଙ୍ଗ । ଏଣୁ ସେମାନେ କର୍ତ୍ତବ୍ୟ ପରାୟଣ ହୋଇ ଉତ୍ସଗୀକୁତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଆଜି ୬୦ତମ ହୋମଗାର୍ଡ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦକ୍ଷିଣାଂଚଳ ଆଇଜି ସତ୍ୟବ୍ରତ ଭୋଇ ଏହା କହିଥିଲେ । ଏସପି ଡ଼.ସର୍ବଣା ବିବେକ ଏମଙ୍କ ସଂଯୋଜନାରେ ଆମ୍ବପୁଆ ରିଜର୍ଭ ପୁଲିସ ପଡ଼ିଆରେ ଏହି ହୋମଗାର୍ଡ ଦିବସ ପାଳନ ଆୟୋଜନ ହୋଇଥିଲା । ବ୍ରହ୍ମପୁର ଜିଲ୍ଲା ପୁଲିସ ପକ୍ଷରୁ ଆୟୋଜିତ ପ୍ୟାରେଡରେ ଆଇଜି ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରେ ପ୍ରଶଂସନୀୟ କାଯ୍ୟ କରିଥିବା ୧୦ ଜଣ ହୋମଗାର୍ଡଙ୍କୁ ସମ୍ବର୍ଦ୍ଧନା କରିଥିଲେ । ସେମାନେ ହେଲେ ରିତେନ୍ଦ୍ର କୁମାର ଶତପଥୀ(ସଦର) ,ତୁଫାନୀସାହୁ(ବିଏନପୁର),ଟି.ବିକ୍ରମ ମିଶ୍ର(ଟାଉନ),ସନ୍ତୋଷ କୁମାର ପାଢ଼ୀ(ଗୋଷାଣିନୁଆ ଗାଁ),ମିଟୁ ପ୍ରଧାନ(ସଦର),ପବିତ୍ର କୁମାର ଗୌଡ଼(ଗୋଳନ୍ତରା),ମହେନ୍ଦ୍ର ସେଠୀ,ଶ୍ରୀକାନ୍ତ କୁମାର ମିଶ୍ର(ଦିଗପହଣ୍ଡି),ମନ୍ମଥ କୁମାର ଗୌଡ଼(ଜରଡ଼ା),ଶିବରାମ ସେଠୀ( କେ.ନୁଆଁ ଗାଁ) । ଏହା ଏକ ସ୍ବେଚ୍ଛାସେବୀ ସଂସ୍ଥା । ଏହି ସଂସ୍ଥା ଦ୍ୱିତୀୟ ବିଶ୍ଵଯୁଦ୍ଧ ସମୟରେ ଯୋଦ୍ଧା ମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ରିଟିଶ ସରକାର ସ୍ବେଚ୍ଛାସେବୀ ସଙ୍ଗଠନ ଭାବେ ଉକ୍ତ ଗୃହରକ୍ଷୀ ବାହୀନୀ ଗଠନ କରିଥିଲେ । ଏହାର ଅନେକ ସୁଫଳ ତତ୍କାଳୀନ ସରକାର ଙ୍କୁ ମିଳିଥିଲା । ପରବର୍ତ୍ତୀ ପଯ୍ୟାୟରେ ୧୯୪୬ମସିହାରେ ଯେତେବେଳେ ଜାତିଗତ ,ଧର୍ମଗତ ଏବଂ ସାମାଜିକ ଦୃଷ୍ଟି କୋଣରୁ ଉପୁଜିଥିବା ଦଙ୍ଗାକୁ ରୋକିବା ପାଇଁ ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଗୃହରକ୍ଷୀ ବାହିନୀ ଗଠନ କରାଯାଇଥିଲା । ତେଣୁ ପ୍ରତି ରାଜ୍ୟର ସଦର ମହକୁମାରେ ପ୍ରତିବର୍ଷ ଡିସେମ୍ବର ୬ ତାରିଖକୁ ହୋମଗାର୍ଡ ଦିବସ ରୂପରେ ପାଳନ କରାଯାଏ । ଏହା ସହ ବ୍ରହ୍ମପୁରର ଗୃହରକ୍ଷୀ ବାହିନୀ ମାନେ ଗତ ଗୁଲାବ, ତିତଲୀ ,ବୁଲବୁଲ , ବାତ୍ୟା ଓ ବନ୍ୟା ଆରମ୍ଭ କରି ଆଇନ ଶଙ୍ଖଳା ,ଟ୍ରାଫିକ୍ ନିୟନ୍ତ୍ରଣ ,ଏହି ଭଳି ସମୟରେ ଲୋକଙ୍କ ସେବା କରିଥିବାରୁ ଆଇଜି ଶ୍ରୀ ଭୋଇ ସେମାନଙ୍କୁ ପ୍ରଶଂସା କରିଥିଲେ । ଗୃହରକ୍ଷୀ ମାନେ ବିଭିନ୍ନ ବିପତ୍ତି ସମୟରେ ଲୋକଙ୍କୁ ସାହାର୍ଯ୍ୟ କରିଆସୁଛନ୍ତି । ଦକ୍ଷିଣାଂଚଳ ଆଜି ସତ୍ୟବ୍ରତ ଭୋଇ ଗୃହରକ୍ଷୀ ବାହିନୀଙ୍କ ପାଇଁ ଓଡିଶାର ମହାମହିମା ରାଜ୍ୟପାଳ ,ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀଙ୍କ ବାର୍ତ୍ତାକୁ ପାଠ କରିଥିଲେ । ଆଜିର ଏହି ଗୃହରକ୍ଷୀ ଦିବସରେ ଅତିରିକ୍ତ ଏସପି ରମେଶ ଚନ୍ଦ୍ର ସେଠୀ, ଅସୀମ କୁମାର ପଣ୍ଡା, ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା, ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର,
ରିଜର୍ଭ ପୋଲିସ ଅଫିସ୍ ଅଧିକାରୀ ଦିଲୀପ କୁମାର ବେହେରାଙ୍କ ସମେତ ଡ଼ିଏସପି ସନ୍ତୋଷନି ଓରାମ,ବିଏନପୁର ଆଇଆଇସି ରାମ କୁମାର ମୁର୍ମୁ, ଟାଉନ ଥାନା ଆଇଆଇସି ସୁରେଶ ତ୍ରିପାଠୀ, ବଡ଼ ବଜାର ଆଇଆଇସି ପ୍ରଶାନ୍ତ ଭୂପତି,ଗୋଷାଣୀନୁଆ ଗାଁ ଆଇଆଇସି ସ୍ମୃତି ପ୍ରଭା ପ୍ରଧାନ,ଟ୍ରାଫିକ ଆଇଆଇସି ରାମ ସୁବ୍ରମନ୍ୟମ୍ ପ୍ରଧାନ, ଗୋପାଳପୁର ଆଇଆଇସି ଶାରଦା ପ୍ରସନ୍ନ ଦାଶ,ହୋମଗାର୍ଡ ହାବିଲଦାର ସନ୍ତୋଷ କୁମାର ନାୟକ, ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି କାଳୀ ଚରଣ ଷଡ଼ଙ୍ଗୀ, ସମ୍ପାଦକ କେ ଶ୍ରୀନିବାସ ପାତ୍ରଙ୍କ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ହୋର୍ମଗାର୍ଡ ରିତେନ୍ଦ୍ର କୁମାର ଶତପଥୀ ପ୍ୟାରେଡ୍ ପରିଚାଳନା କରିଥିଲେ ।