ଯୋଗ ସୁସ୍ଥ ଓ ରୋଗ ମୁକ୍ତ ପାଇଁ ମହୋଷଧି ସଦୃଶ୍ୟ
ପୁରୀ ୨୧/୬ ଯୋଗ ଆମ ସମସ୍ତଙ୍କ ପାଇଁ ଜରୁରୀ।ଏହା ସୁସ୍ଥ, ନୀରୋଗ ଓ ମାନସିକ ସ୍ଥିରତା ପାଇଁ ମହୋଷଧି ସଦୃଶ୍ୟ।ତେଣୁ ପ୍ରତ୍ୟେକ ପ୍ରତିଦିନ ନିଜ ଜୀବନ ଚର୍ଯ୍ୟାରେ ଯୋଗକୁ ଯୋଡିବାକୁ ଆହ୍ବାନ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ଆଜି ପ୍ରତ୍ୟୁଷରେ ଜିଲ୍ଲା ପ୍ରଶାସନ, କ୍ରୀଡା ବିଭାଗ ପକ୍ଷରୁ ପୁରୀ ବ୍ଲୁ ଫ୍ଲାଗ ବିଚ ଠାରେ ପୁରୀ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇଥିଲେ।ଯୋଗ ଆଜି କେବଳ ଆମ ଦେଶରେ ଲୋକ ପ୍ରିୟ ହୋଇ ନାହିଁ ବରଂ ସମଗ୍ର ବିଶ୍ବ ଏହାକୁ ଗ୍ରହଣ କରିବା ସହ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛନ୍ତି।ଚଳିତ ବର୍ଷ ର ବିଷୟ ରହିଛି ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ।ତେଣୁ ଯୋଗ ପାଇଁ ସମସ୍ତେ ଆଗେଇ ଆସିବାକୁ ସେ ଅନୁରୋଧ କରିଥିଲେ।

ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ପ୍ରଧାନମନ୍ତ୍ରୀ ଙ୍କ ଆହ୍ଵାନ ରେ ଆଜି ସମଗ୍ର ବିଶ୍ବ ରେ ଯୋଗ ପାଳିତ ହେଉଛି।ସୁସ୍ଥତା ପାଇଁ ଯୋଗ ର ଭୂମିକା ସର୍ବଦା ଗୁରୁତ୍ୱ ରହିଛି।ସମଗ୍ର ବିଶ୍ୱ ରେ ଯୋଗ ର ପ୍ରସାର ଆମ ଦେଶର ଦକ୍ଷତା ଓ ପାରଦର୍ଶିତା ର ପ୍ରତୀକ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର,ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଏସ ପି ପ୍ରତୀକ ସିଂ,ଡିଏଫଓ ମଗର ଧନଜୀ ରାଓସୋ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମଧୁ ସୂଦନ ସିଂହାରୀ,ପୁରୀ ଯୋଗ ମହୋତ୍ସବ ସମିତିର ସଂଯୋଜକ ବୈଦ୍ୟନାଥ ମହାସୁଆର, ଆଲୋକ ସ୍ବାଇଁ, ଜମ୍ବେଶ୍ବର ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ।ଯୋଗ କ୍ରିୟା ରେ ଆନ୍ତର୍ଜାତୀୟ ଯୋଗ ଦିବସ ର ପ୍ରୋଟୋକଲ ଅନୁସାରେ ବିବିଧ ଯୋଗ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଓ ଅନ୍ଯ ଅଧିକାରୀ କର୍ମଚାରୀ ପରିଚାଳନା କରିଥିଲେ।ଏଥିରେ ବିଭିନ୍ନ ବିଭାଗର ଅଧିକାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସାଧାରଣ ଲୋକ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇ ଯୋଗ ଶିକ୍ଷା ଲାଭ ଓ ପ୍ରଦର୍ଶନ କରିଥିଲେ।ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକ, ପଞ୍ଚାୟତ ଓ ସହରାଞ୍ଚଳ ମାନଙ୍କରେ ଯୋଗ ଦିବସ ପାଳନ କରାଯାଇଥିଲା।

