You are currently viewing ଏଏସିସିଆଇର ୩ ଦିନିଆ ସମ୍ମିଳନୀ ଉଦ୍‌ଘାଟିତ
ଏଏସିସିଆଇର ୩ ଦିନିଆ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ବର: ଏସିଆନ୍ ଆଫ୍ରିକାନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଏସିସିଆଇ) ଓଡିଶା ଚାପୁରର ଆନ୍ତର୍ଜାତୀୟ
ବ୍ୟବସାୟିକ ସମ୍ମିଳନୀ ଏବଂ ଏକ୍ସପୋ ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନ୍ ବାଟିକା ଠାରେ ଆରମ୍ଭ ହୋଇଯାଇଛି। ଇଓପିଆର ଆମ୍ବାସାଡାର ଦେମେକେ ଆଟ୍‌ନାଫୁ ଆମ୍ବୁଲୋ ଏହି ସମ୍ମିଳନୀରେ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏଥିରେ ଅମର

ପଟ୍ଟନାୟକ ବିଶେଷ ସମ୍ମାନୀୟ ଅତିଥ୍ ଭାବେ ଯୋଗଦାନ କରିଥିବା ସହ ଏମ୍ସ୍ଏସ୍ଏମ୍ଇର ଯୁଗ୍ମ ନିର୍ଦ୍ଦେଶକ ପବନ କୁମାର ଗୁପ୍ତା ସମ୍ମାନୀୟ ଅତିଥ୍ ଭାବେ ଯୋଗ ଦେଇଥିଲେ । କେନିଆର ବୋର୍ଡ ଅଫ୍ ଚେୟାରମ୍ୟାନ୍ ଜେମ୍‌ସ ମ୍ୟୁତ୍ୟୁ ସମ୍ମାନନୀୟ ଅତିଥ୍ ଏବଂ ବକ୍ତା ଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ଏସିସିଆଇ ଓଡିଶାର ସଭାପତି ଡଃ ଲିତା ମହାପାତ୍ର, ଏଏସିସିଆଇ ପ୍ରତିଷ୍ଠାତା ତଥା ଅଧ୍ଯକ୍ଷ ଜି ଡି ସିଂ, ଓଡିଶା

ସରକାରଙ୍କ ଇଣ୍ଡଷ୍ଟ୍ରି ବିଭାଗର ପ୍ରମୁଖ ସଚ୍ଚିବ ଆଇଏଏସ୍ ହେମନ୍ତ ଶର୍ମା, ଷ୍ଟାଟ୍ ଅପ୍ ଓଡିଶାର କାର୍ଯ୍ୟନିର୍ବାହୀ ଅଧ୍ଯକ୍ଷ ଓମ୍‌କାର ରାଏ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ମିଳନୀ ଆସନ୍ତା ତିନି ଦିନ ଧରି ଚାଲୁ ରହିବ।