ବେଲଗୁଣ୍ଠା,16/12,ଆଜି ଅପରାହ୍ଣ ତିନି ଘଣ୍ଟା ସମୟରେ ବେଲଗୁଣ୍ଠା ସେବା ସମବାୟ ସମିତି ଠାରେ ଧାନମଣ୍ଡିକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଉଦ୍ଘାଟନ କରିଥିଲେ I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ଅନ୍ୟତମ ଅତିଥି ରୂପେ ଉପାଧ୍ୟକ୍ଷା ଟି.ବବିତା କୁମାରୀ,କାର୍ଯ୍ୟ ନିର୍ବାହି ଅଧିକାରୀ ଏସ୍ ରାକେଶ ପାତ୍ର,ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ଚୌଧୂରୀ, ଏରିଆ ଅଫିସର୍ ଉଦୟନାଥ ପ୍ରଧାନ, ଆସ୍କା ସେଣ୍ଟ୍ରାଲ ବ୍ୟାଙ୍କ୍ ନିର୍ଦ୍ଦେଶକ ସୁମନ୍ତ ବିଷୋୟୀ, ବେଲଗୁଣ୍ଠା ଶାଖା ମେନେଜର ସାର୍ଥକ ପାଢୀ,ସୁପରଭାଇଜର ଶାଶ୍ଵତ ଗୌଡ, ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, ଉପସଭାପତି ନମିତା କୁମାରୀ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ I
ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାଉନସିଲର୍ ତଥା ଭାସ୍କର ପାତ୍ର,ଦିବ୍ୟ ରଞ୍ଜନ ଦାଶ୍,ଟୁଟୁ ସୁବୁଦ୍ଧି, ବିଶ୍ଵନାଥ ଦଳାଇ, ଦିଲ୍ଲୀ ଆଚାରୀ, ପୂର୍ବତନ ଉପନଗରପାଳ ପ୍ରାଶାନ୍ତ କୁମାର ସାହୁ, ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ରଙ୍କ ସମେତ ସହାୟକ ଲୀଜାଲିନ୍ ଆଚାରୀ ଯୋଗ ଦେଇଥିଲେ I ଏହି ସମସ୍ତ କାର୍ଯ୍ୟକ୍ରମକୁ ସମବାୟ ସମିତି ସମ୍ପାଦକ କ୍ରୀଷ୍ଣା ଚନ୍ଦ୍ର ଡାକୁଆ ପରିଚାଳନା କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଅଞ୍ଚଳର 15 ରୁ ଉର୍ଦ୍ଧ୍ୱ ଚାଷୀ ଉପସ୍ଥିତ ଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ
