ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ଶିକ୍ଷକ ଭବନ କାର୍ଯ୍ୟାଳୟରେ ବିଭିନ୍ନ ଦାବିର ସମସ୍ୟା ପୂରଣ ତଥା ନ୍ୟାର୍ଯ୍ୟ ଦାବି ହାସଲ ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ଦିଗପହଣ୍ଡି ଶାଖା ସଭାପତି ଇ. ଗଣେଶ ପାତ୍ରଙ୍କ ସଭାପତିତ୍ବରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ , କନିଷ୍ଠ ଶିକ୍ଷକ ସଂଘ , ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ , ପି ଟି ଆଇ ଶିକ୍ଷକ ସଂଘ ଏବଂ ମିଳିତ ମଞ୍ଚର ସହଯୋଗରେ ଆଜି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଏକତ୍ରିତ ହୋଇ ସେମାନଙ୍କ ଦାବି ପୂରଣ ସକାଶେ ଆସନ୍ତା ଅଗଷ୍ଟ ୧୬ ରେ ସାମୁହିକ ଛୁଟି ନେଇ ଭୁବନେଶ୍ଵରରେ ହେବାକୁ ଥିବା ଆନ୍ଦୋଳନରେ ଯୋଗ ଦେବାପାଇଁ ଆଲୋଚନା କରାଯାଇଥିଲା । ଏହି ଅବସରରେ ସମସ୍ତ ସଂଘର କର୍ମକର୍ତ୍ତାଙ୍କୁ ନେଇ ସ୍ଟିୟରିଂ କମିଟି , ଫାଇନାନ୍ସ କମିଟି , ସଂଯୋଜକ କମିଟି ଓ ମିଡ଼ିଆ କମିଟି ଗଠନ କରାଯାଇ ଆସନ୍ତା ୫ ତାରିଖ ଦିନ କମିଟି ତରଫରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ , ଗଣଶିକ୍ଷା ମନ୍ତ୍ରୀ , ମୁଖ୍ୟ ଶାସନ ସଚିବ , ଗଣଶିକ୍ଷା ସଚିବ ଏବଂ ୫ ଟି ସଚିବଙ୍କୁ ଦାବୀ ପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହେଇଥିଲା । ଏୟୁପିଟିଏଫ୍ ଦିଗପହଣ୍ଡି ଶାଖା କୋଷାଧ୍ୟକ୍ଷ ଶିବ ଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ କିରଣ କୁମାର ବେହେରା
