ବାଲୁଗାଁ ତା ୦୧/୧୧୧/୨୦୨୫- ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧି ଓ ଯୁକ୍ତଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତ ଯୋଗଦେଇ ନିଷ୍ଠାପରତା ,ଅଧ୍ୟବସାୟ ଓ ସାଧୁତାର ସହ କାର୍ଯ୍ୟକରିବାର ଫଳାଫଳ ସବୁବେଳେ ଆନନ୍ଦଦାୟକ ବୋଲି କହିଥିଲେ l

ଏଥିସହ ଦୁର୍ନୀତି ମନୁଷ୍ୟର ଯଥାର୍ଥ ପ୍ରକୃତି ଓ ପରିଚୟ ନୁହେଁ , ଏଣୁ ବ୍ୟକ୍ତିଗତ ଜୀବନ ଓ ସାମୁହିକ ଜୀବନରେ ଦୁର୍ନୀତିକୁ ପ୍ରତିହତ କରିବା ଆବଶ୍ୟକ ବୋଲି ସେମାନେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିରାଇଥିଲେ l

ଏହି ଅବସରରେ ବାଲୁଗାଁ ଥାନା ଅଧିକାରୀ ଜୟପ୍ରକାଶ ପରିଡାଙ୍କ ପରାମର୍ଶ ଓ ସହଯୋଗରେ ତାଲିମରତ ପୋଲିସ ଅଧିକାରୀଗଣ ଯୋଗଦେଇ ଦୁର୍ନୀତି ବିରୋଧରେ ସର୍ବଦା ଛାତ୍ରଛାତ୍ରୀମାନେ ସ୍ଵର ଉତ୍ତୋଳନ କରିବାକୁ ଆହ୍ୱାନ ଦେବା ସହ ସାଧୁତାର ଶପଥ ପାଠ କରାଇଥିଲେ l

ଛାତ୍ର ଛାତ୍ରୀମାନଙ୍କ ସହ ଅଧ୍ୟାପିକା ଡ଼କ୍ଟର ମୋନାଲିସା ମାନସିଂହ, କ୍ରିଷ୍ଣା ସେଠି, ରୋଜାଲିନ ମିଶ୍ର, ସ୍ୱାତି ସ୍ଵାଗତିକା ସାହୁ,କୀର୍ତ୍ତିମୟୀ ବାରିକ, ପ୍ରିୟମ୍ବଦା ମହାପାତ୍ର, ତପସ୍ୱିନୀ ନନ୍ଦ, ଅଧ୍ୟାପକ ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ସୁନିତା ନନ୍ଦ,ସ୍ନିଗ୍ଧାରାଣୀ ମୁଦୁଲି, ବିଷ୍ନୁପ୍ରିୟା ସ୍ୱାଇଁ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ରହି ଶପଥ ଗ୍ରହଣ କରିଥିଲେ l

