ପୁରୁଷୋତ୍ତମପୁର ତା-୧୨/୧୧/( କେ, ରମେଶ ଦୋରା )ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ପୁରୁଷୋତ୍ତମପୁର ଶାଖାରେ ଗତ ଶୁକ୍ରବାର ଦିନ ୧୦୪ତମ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି। ଏଥିରେ ଶାଖା ପରିଚାଳକ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ତତ୍ୱାବଧାନରେ ୧୦୪ତମ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା l ମୁଖ୍ୟଅତିଥି ଭାବେ ଏନଏସି ଅଧକ୍ଷ୍ଯ ଶ୍ରୀମତି ପ୍ରୀୟଙ୍କା ଗୌଡ଼ ଯୋଗ ଦେଇ କେକ୍ କାଟିଥିଲେ l ଶାଖା କର୍ମଚାରୀ ସମେତ ଜମାକାରୀ ଉପଭୋକ୍ତା ଗଣ ଓ ମାନ୍ଯଗଣ ବୁଦ୍ଧି ଜିବୀ ବ୍ଯକ୍ତି ଏବଂ,ଅଶୋକ କୁମାର ସାମନ୍ତରା,କାଉନସିଲର ଅଶୋକ କୁମାର ମହାଙ୍କୁଡ,ବି.ସ୍ବପନେଶ୍ବର ରାଜୁ, ବି.ବିଭୁତି ଭୁଷଣ ରାଜୁ ସମେତ ଉପସ୍ଥିତ ଥିଲେ । ବ୍ୟାଙ୍କ ସହ କେମିତି ସୁସମ୍ପର୍କ ସ୍ଥାପନ କରିବା ଲୋକଙ୍କୁ ଅବଗତ କରାଇ ଥିଲେ ଶାଖା ପରିଚାଳକ ଶ୍ରୀ ପ୍ରଦୀପ କୁମାର ସାହୁ। ସମସ୍ତ ଜମାକାରୀ ଉପଭୋକ୍ତା ଙ୍କୁ ମିଠା ବଣ୍ଟନ କରାଯାଇଥିଲା। ଶେଷରେ ଶାଖା ସହ ପରିଚାଳକ ଶ୍ରୀ ଦିଲିପ କୁମାର ସାହୁ ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
