You are currently viewing ଭିଷ୍ମଗିରୀସ୍ଥିତ ରାମଜୀ ମହାବିଦ୍ୟାଳୟ ପରିସରରେ ବନମହୋତ୍ସବ ସପ୍ତାହ ପାଳିତ ।
ଭିଷ୍ମଗିରୀସ୍ଥିତ ରାମଜୀ ମହାବିଦ୍ୟାଳୟ ପରିସରରେ ବନମହୋତ୍ସବ ସପ୍ତାହ ପାଳିତ ।

ଦିଗପହଣ୍ଡି , ୦୬/୦୭ -:- ଭିଷ୍ମଗିରୀସ୍ଥିତ ରାମଜୀ ମହାବିଦ୍ୟାଳୟ ପରିସରରେ ଏନ୍.ଏସ୍. ଏସ୍, ଯୁବ ରେଡକ୍ରସ ଓ ଭାରତ ସ୍କାଉଟ ଏଣ୍ଡ ଗାଇଡର ମିଳିତ ଆନୁକୁଲ୍ଯରେ ଅଧ୍ୟକ୍ଷ ଶ୍ରୀ ନିହାର ରଞ୍ଜନ କରଙ୍କ ତତ୍ତ୍ବାବଧାନ ରେ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି ।ଏଥିରେ ଗଜପତି ବନଖଣ୍ଡର ବନରକ୍ଷୀ ଶ୍ରୀ ଚିତ୍ର ଶବର ଓ ତାଙ୍କ ଟିମ୍ ଅତିଥି ରୂପେ ଯୋଗଦାନକରି ଛାତ୍ରଛାତ୍ରୀମାନଙ୍କୁ ପରିବେଶକୁ ସୁସ୍ଥ, ସବୁଜ, ସୁନ୍ଦର ରଖିବାରେ ବୃକ୍ଷ ରୋପଣର ଆବଶ୍ଯକତା ସମ୍ପର୍କରେ ସଚେତନ ବାର୍ତ୍ତ ପ୍ରଦାନ କରିଥିଲେ । ” ଏକ୍ ପେଡ୍ ଭାରତ୍ ମାତାକେ ନାମ୍” ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ଯ ସ୍ଳୋଗାନ। ପରବର୍ତ୍ତୀ ପର୍ଯ୍ୟାୟରେ ଅଧ୍ୟକ୍ଷ ମହୋଦୟ ନିଜ କରକମଳରେ ବୃକ୍ଷ ରୋପଣ କରି ବନମହୋତ୍ସବ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଏହାସହ ଛାତ୍ରଛାତ୍ରୀମାନେ ମଧ୍ଯ ବୃକ୍ଷ ରୋପଣ କରିଥିଲେ ।ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।