You are currently viewing ଅସହାୟ କୁ ଦଇବ ସାହା ୧୦୮ ଆମ୍ବୁଲାନ୍ସ ସେବା କାହା ପାଇଁ ?
ଅସହାୟ କୁ ଦଇବ ସାହା ୧୦୮ ଆମ୍ବୁଲାନ୍ସ ସେବା କାହା ପାଇଁ ?

ବ୍ରହ୍ମପୁର – (ଗଦାଧର ଶୁକ୍ଳ)ଗୋଟିଏ ଅଚିହ୍ନା ଲୋକ ଅତ୍ୟନ୍ତ ନିଃସହାୟ ଅବସ୍ଥାରେ ଅଶୋକ ନଗର ଓ କୋ ଅପରେଟିବ କଲୋନୀ ମେଇନ ରୋଡ଼ ରେ ପଡିଥିଲା।
ତାହାର ଗୋଡ଼ରୁ ରକ୍ତସ୍ରାବ ସଂଗେ ସଂଗେ ଅତ୍ୟନ୍ତ ଦୁର୍ଗନ୍ଧ ବାହାରୁଥିଲା । ତାହାର ପାଦ ଦନଦନିଆ ଅବସ୍ଥାରେ ପଡିରହିଥିଲା। ତାକୁ ସମସ୍ତେ ଦେଖି ଚାଲିଯାଉଥିଲେ କିନ୍ତୁ ସ୍ଥାନୀୟ ଅଞ୍ଚଳର ଶ୍ରୀଯୁକ୍ତ ପତି ଏବଂ ସମାଜସେବୀ ତଥା ଚେତାବନୀ ସଂପାଦକ ରଶ୍ମିତା ପାଣିଗ୍ରାହୀ ମିଶି ୧୦୮କୁ ଦୁଇ ଦୁଇ ଥର କଲ କରିଥିଲେ , ଶେଷରେ ସେଠାରୁ ଏବେ ସେବା ଯୋଗା ଯାଇପାରିବନି ବୋଲି ଉତ୍ତର ଆସିଥିଲା । ତାହାପରେ ରଶ୍ମିତା ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା ଙ୍କୁ ଯୋଗାଯୋଗ କରିଥିଲେ । ବିଧାୟକ ଙ୍କ ପ୍ରତିନିଧି ଗିରିଜା ଭାଇ ନିଜେ ଏମ.କେ.ସି.ଜି ମେଡିକଲ ରୁ ଏକ ଅଂମ୍ବୁଲାନ୍ସ ଆଣି ସେହି ଅସହାୟ ରୋଗୀ କୁ ଉଦ୍ଧାର କରି ହସପିଟାଲ ରେ ଭର୍ତି କରିଲେ ସେଥିପାଇଁ ସ୍ଥାନୀୟ ବାସିନ୍ଧା ସାଧୁବାଦ ଜଣାଇଁଛନ୍ତି।