You are currently viewing ବେଗୁନିଆପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସତସ୍ତରି ତମ ସ୍ୱାଧୀନତା ଦିବସ ପାଳିତ l
ବେଗୁନିଆପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସତସ୍ତରି ତମ ସ୍ୱାଧୀନତା ଦିବସ ପାଳିତ l

କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତର ବେଗୁନିଆପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ତ୍ରିଲୋଚନ ଦାସଙ୍କ ଦ୍ୱାରା ସତସ୍ତରି ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଜାତିୟ ସଂଗୀତ ଗାନ କରାଯାଇଥିଲା l ଏହା ପରେ ବିଦ୍ୟାଳୟ ର ସଭାଗୃହରେ ପ୍ରଧାନଶିକ୍ଷକଙ୍କ ସଭାପତିତ୍ବରେ ଏକ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ଶ୍ରୀମତୀ ଲିଟୁନା ଦାସଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ବ୍ୟାଙ୍କ ପରିଚାଳକ ଶ୍ରୀମନ୍ତ ଦାସ ଅଧ୍ୟାପକ ବିଶ୍ୱଜିତ ଦାସ,ଶିକ୍ଷୟତ୍ରି କ୍ଷୀରୋଦା କୁମାରୀ, ସଂଯୁକ୍ତା ପ୍ରଧାନ, ଅଙ୍ଗନବାଡି କର୍ମୀ ମୀନଭା ସ୍ୱାଇଁ, ମିନତୀ ଦାସ, ସହାୟିକା ସ୍ବର୍ଣ୍ଣଲତା ପାଣି, ପ୍ରମୋଦିନୀ ଗୁରୁ ସଞ୍ଜିବନୀ ସେଵା ଫାଉଣ୍ଡେସନ ର ସ୍ୱେଚ୍ଛl ସେବୀ ଶ୍ରୀମତୀ ଶୁଭଶ୍ରୀ ମହାପାତ୍ର, ବିକ୍ରମ କେଶରୀ ନାଥ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ବହୁମୂଲ୍ୟ ପରାମର୍ଶ ଦେବା ସହ ସୁନାଗରିକ ହୋଇ ରାଷ୍ଟ୍ର ପାଇଁ ବ୍ରତି ହେବାକୁ ବାର୍ତ୍ତା ପ୍ରଦାନ କରିଥିଲେ l ଶେଷରେ ବିଦ୍ୟାଳୟ ର ଶିକ୍ଷ ୟତ୍ରି ଶ୍ରୀମତୀ ସଂଯୁକ୍ତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଏହା ପରେ ଛାତ୍ର ଛାତ୍ରୀଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା l