ଗୁରୁ ଜଦି ନିଜେ ଦୁଶ୍ଚଚରିତ୍ର ହେବ ତେବେ ଛାତ୍ର ଛାତ୍ରୀଙ୍କ ଚରିତ୍ର ଗଠନ କିଏ କରିବ
ଗୁରୁ ଦିବସ ଅବସରରେ ମେହେର ଫାଉଣ୍ଡେସନ ତରଫରୁ ଭିଏସଏସ ହାଇସ୍କୁଲ ରେ ପାଳନ କରାଯାଇଥିଲା ଗୁରୁଦିବସ. ଅବସରପ୍ରାପ୍ତ ବୟୋଜ୍ୟେଷ୍ଟ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପତି ଦେବେନ୍ଦ୍ର ମେହେର କରାଟେ ଗୁରୁ ସୁଶାନ୍ତ ଗୁପ୍ତା ନୃତ୍ୟ ଗୁରୁ ଅମନ ଚାଟର୍ଜି କଳା ଶିକ୍ଷକ ଶରତ ଖତ୍ରୀ ଙ୍କୁ ସଂଗଠନ ତରଫରୁ ଉପ ଢୌକନ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା ଦ୍ୱିତୀୟ ଅଧିନବେସନ ରେ ଜିଲ୍ଲା ର ସ୍କୁଲ କଲେଜ ରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନେଇ ବର୍ତମାନ ର ସୌଖିକ ପରିବେଶ ରେ ଶିକ୍ଷକ ମାନଙ୍କ ଭୂମିକା ନାମକ ଏକ ଆଲୋଚନା ଚକ୍ର ରେ ଆୟୋଜନ କରାଯାଇଥିଲା ମେହେର ଫାଉଣ୍ଡେସନ ର ପ୍ରତିଷ୍ଠାତା ରାଜେଶ ମେହେର ସଂସ୍ଥା ର ଲକ୍ଷ ବିଷୟରେ ସୂଚନା ଦେଇଥିଲେ ବରିଷ୍ଟ ସାମ୍ବାଦିକ ମେହବୁବ ମେହତାବ ଙ୍କ ସଂଯୋଜନା ରେ ବେଲପାହାଡ କଲେଜ ର ପୂର୍ବତନ ଅଧ୍ୟାପକ ମାନେଶ୍ଵର ପଣ୍ଡା ଏଲଏନ କଲେଜ ର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର ପଣ୍ଡା ଅଧ୍ୟାପିକା ଡକ୍ଟର ସ୍ଵର୍ଣ୍ଣମୟୀ ପୁରୋହିତ ଓକିଲ ସଙ୍ଘ ସଭାପତି ତ୍ରିନାଥ ଗୁଆଲ ଅଧ୍ୟାପକ ତପନ ବାରିକ ଶିକ୍ଷକ କିଶୋର ମହାନ୍ତି ଦେବେନ୍ଦ୍ର ପାଣିଗ୍ରାହୀ ଏହି ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରିଥିବା ବେଳେ ଆଖା ପାଖି 30 ଟି ସ୍କୁଲ କଲେଜ ର ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ ସ୍କୁଲ ର ପୂର୍ବତନ ଛାତ୍ର ଡାକ୍ତର ପ୍ରକାଶ ରଣା ଧନ୍ୟବାଦ ଅର୍ପଣ କରିଥିଲେ.

ଏହି ଆଲୋଚନା ଚକ୍ର ରେ ପୂର୍ବତନ ଛାତ୍ର ଜ୍ଞାନ ରଞ୍ଜନ ନାୟକ ପ୍ରଶାନ୍ତ ନନ୍ଦ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ.
