ପୁରୀ,୨୭/୬- ଓଡ଼ିଶା ସ୍ଲୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ପୁରୀ ଜିଲ୍ଲା ପକ୍ଷରୁ ରାମଚଣ୍ଡୀ ସାହି ସ୍ଥିତ ଭଗବତୀ ସରସ୍ବତୀ ସ୍ମୃତି ଶିକ୍ଷକ ସଦନ ଠାରେ ଶନିବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୧୯୪୭ ମସିହାରେ ଓଡ଼ିଶାରେ ୩୫୬ଟି ହାଇସ୍କୁଲ ଥିଲା । ୧୯୬୯,୧୯୭୨ ମସିହାରେ ରାଜ୍ୟ ସରକାର ଅନେକ ବିଦ୍ୟାଳୟ ଖୋଲି ସରକାରୀ ଘୋଷଣା କରିଥିଲେ । ବର୍ତ୍ତମାନ ୪ ହଜାରରୁ ଉର୍ଦ୍ଧ୍ବ ସ୍ଲୁଲ କଲେଜ ସରକାରୀ କରଣ ନହୋଇ ପଡିରହିଛି । ୩୦ ରୁ ୩୫ ବର୍ଷ ଧରି କାମ କରୁଥିବା ଶିକ୍ଷକ ଟଙ୍କାଟିଏ ଦରମା ପାଉନାହାନ୍ତି । ଏହା ବିରୁଦ୍ଧରେ ଶିକ୍ଷକ ସଂଘ ଚଳିତମାସ ୨୯ ତାରିଖରେ ଭୁବନେଶ୍ଵର ଠାରେ ଆନ୍ଦୋଳନ କରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ଓଷ୍ଟା ର ସଭାପତି ବିଜୟ କୁମାର ବରାଳ, କାର୍ଯ୍ଯକାରୀ ସଭାପତି ପବିତ୍ର ମୋହନ ଦାସ, ମିଳିତ ମଞ୍ଚର ଲକ୍ଷ୍ମୀଧର ଉପାଧ୍ୟାୟ, ରୂପଶ୍ରୀ ଛୋଟରାୟ, ତରୁଣ କୁମାର ନାୟକ, ନବକିଶୋର ପ୍ରଧାନ, ସଦାଶିବ ନାୟକ, ଗୋପାଳ କୃଷ୍ଣ ବାରିକ, ଜଗନ୍ନାଥ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
