ଆସିକା, ୧୬/୧୨( ଶକ୍ତି ପ୍ରସାଦ କର) ଗ୍ରସ୍ତ ରେ ଆସି ମୋ ଓଡିଶା ନବୀନ ଓଡିଶା ଅଧକ୍ଷ VK ପଣ୍ଡିୟାନ ଆରାଧ୍ୟ ଦେବୀ ଖମ୍ବେଶ୍ବରୀ ଙ୍କ ଆଶିଷ ଭିକ୍ଷ୍ୟ କରିଛନ୍ତି l ପୂଜା ଅର୍ଚନା ପରେ ମନ୍ଦିର ପରିଚାଳନା କମିଟି ସହ ଅନୁଦାନ ସମ୍ପର୍କ ରେ ଆଲୋଚନା କରିଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଏକ କୋଟି ଆଠ ଲକ୍ଷ୍ୟ ଟଙ୍କା ଅନୁଦାନ ରାଶି ପ୍ରଦାନ ସମ୍ପର୍କ ରେ ଆଲୋଚନା କରି ଖୁବ ଶୀଘ୍ର କାର୍ଯ୍ୟ ଆରମ୍ବ କରିବା ପାଇଁ ଜିଲ୍ଲା ପାଳ ଙ୍କୁ ନିଦେଶ ଦେଇଥିଲେ l

ମନ୍ଦିର ପରିଚାଳନା କମିଟି ସଭାପତି ସତ୍ୟ ନାରାୟଣ ସ୍ୱାଇଁ, ଏନେସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ସଭ୍ୟ ମନୋଜ କୁମାର ମୁନି, ସଚିତା ନନ୍ଦ ଖଟେଇ ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ l ମା ଙ୍କ ଦର୍ଶନ ସାରି ମନ୍ଦିର ପଛ ପଟରେ ସାଧାରଣ ଲୋକ ସହ ଆଲୋଚନା ସହ 5T କାର୍ଯ୍ୟ ଏବଂ ଲକ୍ଷ୍ମୀ ବସ ର ଚାଲିବା ସୂଚନା ଦେଇ ଅଧିକ ଅନୁଦାନ ରାଶି ଆସିକା ପାଇଁ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ରଖିଥିଲେ l ଅନ୍ୟ ମାନଙ୍କ ଅଭିଯୋଗ ଶୁଣି ଥିଲେ l.

ଗ୍ରସ୍ତ ସମୟରେ ନିରଞ୍ଜନ ମହିଳା କଲେଜ, କୋଟିନଡା ଛକ, ବିଜୁ ପଟ୍ଟନାୟକ ଛକ, ବାଣୀ ବିହାର ଛକ ବିଭିନ୍ନ ସ୍ଥାନରେ ତାଙ୍କୁ ସୂବେସ୍ଛା ଓ ସମ୍ବରଧାନ ଦିଆ ଯାଇଥିଲା l ତାଙ୍କ ଗ୍ରସ୍ତ ବେଳେ ଗଞ୍ଜାମ ଜିଲ୍ଲା ପାଳ ଦିଵ୍ୟ ଜୋତି ପରିଡା, ଗଞ୍ଜାମ sp ଜଗମୋହନ ମିନା, ତହସିଲଦାର ବିଡିଓ ଫକୀର ଚରଣ ପରିଡା, ଚିନି ଶିଳ୍ପ ପରି ଚାଳନା ନିର୍ଦେଶକ ଗାୟତ୍ରୀ ଦତ୍ତ ନାୟକ, ସମେତ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ, ଜିଲାପରିଷଦ ଅଧ୍ୟକ୍ଷ ଅଞ୍ଜଳି ସ୍ବାଇଁ, ଜିଲ୍ଲା ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ,ଜୟନ୍ତୀ ସାହୁ,ଶିବ ନାହାକ, ଶଙ୍କର ସେଠି, ନାରାୟଣ ଡାକୁଆ, ବ୍ଲକ ଅଦକ୍ଷ ତ୍ରିବେଣୀ ନାହାକ, ଅନିମା ପରିଡା, ମନୋଜ ଦୋରା, ସୁରଭି ବିଷୋୟୀ, ଅନିଲ କୁମାର ନାହାକ, ଜିତେନ୍ଦ୍ର ମହାରଣା, ନିଗମାନନ୍ଦ ରାଉତ, ବି. ମନୋଜ କୁମାର ଦୋରା, ପ୍ରତାପ ପ୍ରଧାନ, ଆକାଶ ସ୍ବାଇଁ, ବିମଳ ପ୍ରଧାନଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ l
