You are currently viewing ପୂର୍ବତନ ଖଲ୍ଲିକୋଟ ବିଧାୟକ ଙ୍କ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତ କୁ ଗ୍ରସ୍ତ କରି କର୍ମୀମାନଙ୍କୁ ନେଇ ଏକ କୋଠ ଘରେ ଜନସମ୍ପର୍କ ବୈଠକ ଅନୁଷ୍ଠିତ
ପୂର୍ବତନ ଖଲ୍ଲିକୋଟ ବିଧାୟକ ଙ୍କ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତ କୁ ଗ୍ରସ୍ତ କରି କର୍ମୀମାନଙ୍କୁ ନେଇ ଏକ କୋଠ ଘରେ ଜନସମ୍ପର୍କ ବୈଠକ ଅନୁଷ୍ଠିତ

ପୁରୁଷୋତ୍ତମପୁର ବ୍ଳକ ର ବିଭିନ୍ନ ପଞ୍ଚାୟତ କୁ ଗ୍ରସ୍ତ କରି କର୍ମୀ ମାନଙ୍କ ସହିତ ସମ୍ପର୍କ ବୈଠକ ଅନୁଷ୍ଠିତ କରିଛନ୍ତି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ | ସେସବୁ ପଞ୍ଚାୟତ ର ଗ୍ରାମକୁ ଯାଇ ଲୋକଙ୍କ ସହିତ ବିଭିନ୍ନ ସ୍ଥାନରେ ଜନ ସମ୍ପର୍କ ବୈଠକ ଅନୁଷ୍ଠିତ କରିଥିଲେ | ସେ ଦୁଇ ଥର ବିଜେଡି ବିଧାୟକ ହୋଇ ଲୋକଙ୍କ ଅତି ପ୍ରିୟ ଭାଜନ ହୋଇ ପାରିଥିଲେ | ଏବଂ ବହୁତ କିଛି କାର୍ଯ୍ୟ ପ୍ରତ୍ୟେକ ପଞ୍ଚାୟତ ରେ କରିଥିବାରୁ ଜନସାଧାରଣ ତାଙ୍କୁ ଯେଉଁ ଭଲ ପାଇବା ଦେଇଛନ୍ତି ତାକୁ ସେ ମନେ ପକାଇ ଲୋକଙ୍କ ପାଖକୁ ଆସୁଛନ୍ତି | ଆଗକୁ 2024 ନିର୍ବାଚନ ଥିବାରୁ ମାନ୍ୟବର ସୁପ୍ରିମ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ମୁତାବକ ସେ ତାଙ୍କର ସବୁ ନିତି ନିୟମ ମାନି କାମ କରି ଥ‌ିବାରୁ ଆଗାମୀ ନିର୍ବାଚନ ପାଇଁ ସେ ମଧ୍ୟ ଆଶାୟୀ ହୋଇ ରହିଛନ୍ତି | ଏବଂ ଯଦି ନବୀନ ବାବୁ ତାଙ୍କ କାର୍ଯ୍ୟ ଶୈଳୀରେ ତାଙ୍କୁ ଟିକଟ ଦେବାର ସମ୍ଭାବନା ବେଶୀ ଥ‌ିବାରୁ ତାହା ପୂର୍ବରୁ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସହିତ ଯୋଗା ଯୋଗ କରି ସେମାନଙ୍କ ଭଲ ମନ୍ଦ, ସୁବିଧା ଅସୁବିଧା ପଚାରି ବୁଝୁଛନ୍ତି | ଏବଂ ସେମାନଙ୍କ ଯେଉଁ ଭଲ ପାଇବା ରହିଛି ତାଙ୍କୁ ପୁଣି ସୁଯୋଗ ମିଳିଲେ ସେ ଲୋକଙ୍କ ସେବା କରିବାର ସୁଯୋଗ ପାଇବେ ବୋଲି କହି ଛନ୍ତି | ସେ ଆଜି ରାଇପୁର, ଷୋଳଘର, ଜଗନ୍ନାଥ ପୁର, ବାଘଳା ପଞ୍ଚାୟତ ଗ୍ରସ୍ତ କରି ଲୋକମାନଙ୍କ ସହିତ ସମ୍ପର୍କ ବୈଠକ କରିଥିଲେ | ଲୋକମାନେ ମଧ୍ୟ ସେ ବିଧାୟକ ହେଲେ ଲୋକଙ୍କ ବହୁବିଧ ଉନ୍ନତି ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି

ପୁରୁଷୋତ୍ତମପୁର ରୁ ପ୍ରସନ୍ନ କୁମାର ଦାଶ ଙ୍କ ରିପୋର୍ଟ