ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବିଜେଡି କମିଟି ପକ୍ଷରୁ ରବିବାର ଦିନ ବ୍ଳକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା କାର୍ଯ୍ୟାଳୟରେ ଆୟୋଜିତ ସଭାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାସନ କାର୍ଡ ଧାରୀଙ୍କୁ ବିନା ମୂଲ୍ୟରେ ମୁଣ୍ଡ ପିଛା ୫ କିଲୋ ଚାଉଳ ଯୋଗାଣ ବନ୍ଦ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ ପାଇଁ ବିଜେଡ଼ି ରାଜ୍ୟ କମିଟି ପକ୍ଷରୁ ଡାକରା ଦିଆଯାଇଥିବାରୁ ସଭାରେ ସେ ନେଇ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଥିଲା । ଗରିବ ଲୋକଙ୍କୁ ଚାଉଳ ଯୋଗାଣ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ଆସନ୍ତା ୧୫ ତାରିଖ ବୁଧବାର ଦିଗପହଣ୍ଡି ବ୍ଲକ୍ ଅଧିନସ୍ଥ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏବଂ ୧୬ ତାରିଖ ଗୁରୁବାର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡ଼ି ପକ୍ଷରୁ ଗଣଧାରଣା କାର୍ଯ୍ୟକ୍ରମ ପାଇଁ ସଭାରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା । ବିଜେଡ଼ି ରାଜ୍ୟ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ କିପରି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ସଭାରେ ବିଶଦ ଭାବରେ ଆଲୋଚନା କରାଯାଇ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା । ସଭାରେ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସେଠୀ , ବିଜେଡ଼ି ଗଞ୍ଜାମ ଜିଲା ଉପସଭାପତି ବି. କ୍ରିଷ୍ଣା ରାଓ ସୁବୁଦ୍ଧି, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଜେଡି ଯୁବ ସଭାପତି ଏମ. ନିରଞ୍ଜନ ରେଡ୍ଡୀ , ବ୍ଲକ କମିଟି ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ , ନିର୍ବାଚିତ ପ୍ରତିନିଧି ସଂଘ ସଭାପତି ତଥା କୈଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ, ସମ୍ପାଦକ ସନ୍ତୋଷ ଦୋରା , ବ୍ଲକ ଉପ ସଭାପତି ତଥା କରପଡ଼ା ପଞ୍ଚାୟତ ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ବାମୀ , ସରପଞ୍ଚ ଲିଙ୍ଗା ଦୋରା , ସୀତାରାମ ସେଠୀ , ଦୀନବନ୍ଧୁ ସେଠୀ , ,ସରପଞ୍ଚ ପ୍ରତିନିଧି ଦେବହରି ଗୌଡ, ଶିଶିର ପ୍ରଧାନ , ଆଦିତ୍ୟ ସାହୁ ,ପ୍ରଦୀପ ସେଠୀ , ଶ୍ୟାମ ନାୟକଙ୍କ ସମେତ ବ୍ଲକ ଅଧିନସ୍ଥ ପ୍ରାୟ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତ ସ୍ତରୀୟ ବିଜେଡି ସଭାପତି ବୃନ୍ଦ ସଭାରେ ଉପସ୍ଥିତ ରହି ଆନ୍ଦୋଳନକୁ ସଫଳ କରିବା ନିମନ୍ତେ ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।
