You are currently viewing ଗୋଳନ୍ଥରା ସ୍ଥିତ ଗାନ୍ଧୀ ଏକାଡେମି ଅଫ ଟେକ୍ନୋଲୋଜି ଆଣ୍ଡ ଇଞ୍ଜିନିୟରିଂ କଲେଜେ ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ।
ଗୋଳନ୍ଥରା ସ୍ଥିତ ଗାନ୍ଧୀ ଏକାଡେମି ଅଫ ଟେକ୍ନୋଲୋଜି ଆଣ୍ଡ ଇଞ୍ଜିନିୟରିଂ କଲେଜେ ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ।

ବ୍ରହ୍ମପୁର: ଗୋଳନ୍ଥରା ସ୍ଥିତ ଗାନ୍ଧୀ ଏକାଡେମି ଅଫ ଟେକ୍ନୋଲୋଜି ଆଣ୍ଡ ଇଞ୍ଜିନିୟରିଂ, କଲେଜ ରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର IRPM ବିଭାଗର ଅଧ୍ୟାପିକା ଡ଼. ଅନୁଭା ଚୌଧୁରୀ ଯୋଗଦେଇ ମହିଳାମାନଙ୍କୁ ଆତ୍ମବିଶ୍ୱାସ ସହ ଜୀବନରେ ଆଗକୁ ବଢ଼ିବା ପାଇଁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ମହିଳା ଶିକ୍ଷିତ ହେଲେ ସମାଜ ଓ ଦେଶ ଉଭୟର ଉନ୍ନତି ସମ୍ଭବ।
କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ପ୍ରୋଫେସର (ଡ଼.) ଗୌରୀ ଶଙ୍କର ମହାପାତ୍ର ଅଧ୍ୟକ୍ଷତା କରି ମହିଳା ସଶକ୍ତିକରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସମାଜରେ ମହିଳାଙ୍କ ପ୍ରତି ସମ୍ମାନ ଓ ସମାନ ସୁଯୋଗ ଦିଆଯାଇଲେ ଦେଶର ସାର୍ବିକ ଉନ୍ନତି ସମ୍ଭବ।
ଏହି ଅବସରରେ କଲେଜର ମହିଳା ଶିକ୍ଷକ ଓ କର୍ମଚାରୀମାନଙ୍କୁ ନେଇ ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ କୃତି ପ୍ରତିଭାଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ସମସ୍ତ ମହିଳା କର୍ମଚାରୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମଟିକୁ ସୁଶ୍ରୀ ଭାରତୀ ସାହୁ ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ ଡ଼. ଉଲ୍ଲାଶ ଚନ୍ଦ୍ର ସତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଶେଷରେ ମହିଳାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ଉତ୍ସାହପୂର୍ଣ୍ଣ ପରିବେଶରେ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା।