କୋଦଳା
କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଡାକ ସେବା ଏବେ ଠପ୍ ହୋଇ ଯାଇଛି। ବିଭିନ୍ନ ଦାବିରେ ଗ୍ରାମୀଣ ଡାକ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ବାଧାପ୍ରାପ୍ତ ହୋଇଛି ଡାକ ସେବା। ଗଞ୍ଜାମ ଜିଲ୍ଲା କୋଦଳା ଓ ବେଗୁନିଆପଡ଼ା ଉପ ଡାକଘର ଠାରେ ଧର୍ମଘଟକୁ ଓହ୍ଲାଇଛନ୍ତି ଗ୍ରାମୀଣ ଡାକ କର୍ମଚାରୀ। ଯାହା ଫଳରେ ଡାକ ସେବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସେବା ଠପ୍ ହୋଇଯାଇଛି। ବିଭିନ୍ନ କାମରେ ଡାକଘରକୁ ଆସି ନିରାଶ ହୋଇ ଫେରୁଛନ୍ତି ସାଧାରଣ ଲୋକେ।
ବେଗୁନିଆପଡ଼ା ଓ କୋଦଳା ଉପ ଡାକଘର କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକମାନଙ୍କ ପକ୍ଷରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି। ଡାକ ସେବକଙ୍କ ପାଇଁ ଦୈନିକ ୮ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ, ପ୍ରତି ୧୨ବର୍ଷରେ ଆର୍ଥିକ ପଦୋନ୍ନତି, ୫ ଲକ୍ଷ୍ୟ ସ୍ୱାସ୍ଥ୍ୟ ବୀମା, ସେମାନଙ୍କୁ ପେନସନ ପ୍ରଦାନ ଗ୍ରାଚୁଇଟି, ଭତ୍ତା ବାବଦରେ ୫ଲକ୍ଷ୍ୟ ଟଙ୍କା ପ୍ରଦାନ ଦାବିରେ ଏହି ଧାରଣା ଦିଆଯାଉଥିବା କହିଛନ୍ତି କର୍ମଚାରୀ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।
