ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଗ୍ରାମର ବାଲି ସାହିରେ ଗଣେଷ ପୂଜା ଉତ୍ସବ ଉପଲକ୍ଷେ ପବନ ତନୟ ଯୁବ ନାଟ୍ୟ ସଂସଦର ମଞ୍ଚସ୍ଥ ପୌରାଣିକ ନାଟକ ସତୀ ଲୁହରେ ଜଳୁଛି ଲଙ୍କା ଵା ମନ୍ଥରା ଭାଙ୍ଗିଲା ସୁନା ସଂସାର କୁ ଉଦଘାଟନ କଲେ ବେଗୁନିଆପଡା ସରପଞ୍ଚ ପ୍ରତିନିଧି ଦଣ୍ଡପାଣି ପ୍ରଧାନ । ମୁଖ୍ୟ ଅତିଥି ଭାବେ ସମିତି ସଭ୍ୟା ଏ. ନିର୍ମଳା ପାତ୍ର, ସମାଜସେବୀ କିଶୋର ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ଏସ. ଛଚିନା ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ ଯୋଗଦେଇ ଗଞ୍ଜାମ ଓ ଓଡିଶା ର କଳା ସଂସ୍କୃତି ଉପରେ ଆଲୋଚନା କରିବା ସହ କଳାକାର ଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମାଞ୍ଚଳରେ କଳାର ବିକାଶ ପାଇଁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିରେ ସମ୍ନାନୀତ ଅତିଥି ଭାବେ ସମବାୟ ନିର୍ଦେଶକ ଏମ ସଂଜୀବ କୁମାର ରାଓ, ପୂର୍ବତନ ସମିତି ସଭ୍ୟ ନାରାୟଣ ବେହେରା, ନାଏବ ସରପଞ୍ଚ ଏମ. ଦେବରାଜ ପାତ୍ର ଏବଂ ୱାର୍ଡ ସଭ୍ୟ ସଭ୍ୟା ଯୋଗଦେଇ ଥିଲେ । ଏହି ନାଟକକୁ ଶ୍ରୀ ସକଳେଶ୍ଵର ରାଉଳ ନିର୍ଦେଶନା ଦେଇଥିବା ବେଳେ ପରିଚାଳନା କରିଛନ୍ତି ସୁରେନ୍ଦ୍ର ନାଥ ଗୌଡ଼ । ଏଥିରେ ବାଲିସାହି ଗଣେଷ ପୂଜା ପରିଚାଳନା କମିଟି, ଗ୍ରାମବାସୀ ଯୁବକ ସଂଘ ସହଯୋଗ କରିଥିଲେ ।
