ବ୍ରହ୍ମପୁର :(ଅମିତ୍ କୁମାର ସାହୁ): କରାପଲ୍ଲୀ ପଞ୍ଚାୟତରେ ବିଜେଡ଼ି ଜନ ସଂପର୍କ ପଦଯାତ୍ରା;ସାମିଲ ହେଲେ ଶତାଧିକ ମହିଳା
ଗୋପାଳପୁର,୧୩/୧୧/୨୨/: ଆଜି କରାପଲ୍ଲୀ ପଞ୍ଚାୟତରେ ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡ଼ି ତରଫରୁ ଆୟୋଜିତ ହୋଇଥିବା ଜନ ସମ୍ପର୍କ ପଦଯାତ୍ରାରେ ରଙ୍ଗେଇଲୁଣ୍ଡା ପଞ୍ଚାୟତ ଏବଂ ଡୁରା ପଞ୍ଚାୟତର ପ୍ରାୟ ୪୦ ଜଣ ବିଜେପି କର୍ମୀ ବିଜେଡ଼ିରେ ମିଶିଛନ୍ତି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର
ଯୋଜନା ଓ କାର୍ଯ୍ୟଶୈଳୀରେ ଆକୃଷ୍ଟ ହୋଇ ବିଜେପିକର୍ମୀମାନେ ବିଜେପି ଦଳ ଛାଡ଼ି ବିଧିବଦ୍ଧ ଭାବରେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଥିବା ନୂତନ ଭାବେ ଦଳରେ ଯୋଗ ଦେଇଥିବା ବିଜେପି କର୍ମୀ ମାନେ କହିଛନ୍ତି । ଦଳରେ ସାମିଲ ହୋଇଥିବା ବିଜେପି କର୍ମୀମାନଙ୍କୁ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡ଼.ଗୋପବନ୍ଧୁ ଦାସ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ବାଗତ କରି ଆଗାମୀ ଦିନରେ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରି ସଂଗଠନକୁ ସୃଦୁଡ଼ କରିବାକୁ ପରାମର୍ଶ ଦେଇଥିଲେ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅକ୍ଟୋବର ୨ ଠାରୁ ଚାଲିଥିବା ବିଜେଡିର ଜନ ସଂପର୍କ ପଦଯାତ୍ରା ଆଜି କରାପଲ୍ଲୀ ପଞ୍ଚାୟତରେଅନୁଷ୍ଠିତ ହୋଇଥିଲା । କରାପଲ୍ଲୀ ସରପଞ୍ଚ ଏସ.ମେନକା ରେଡ୍ଡୀ ଓ ଯୁବ ନେତା ଧର୍ମରାଜ ରେଡ୍ଡୀଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ ଗୋପବନ୍ଧୁ ଦାଶ,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେ଼ପୁଟି ମେୟର ଇ. ବିବେକ ରେଡ୍ଡୀ,ଜିଲ୍ଲା ପରିଷଧ ଉପାଧ୍ୟାକ୍ଷା ଏସ୍. ରାଜେଶ୍ୱରୀ ଦୋରା,ଗୋପାଳପୁର ଏନଏସି ଅଧ୍ୟକ୍ଷ ଏ ଜାନକୀ ରାମ ,ବ୍ଲକ ଉପାଧ୍ୟାକ୍ଷା ଅନିତା ମହାକୁଡ଼,ଯୁବ ନେତା ତଥା ସମାଜସେବୀ ଏ ସନ୍ତୋଷ ପାତ୍ର,ବ୍ଲକ ସଭାପତି ଅଜିତ କୁମାର ଦାଶ,ସମାଜସେବୀ ରାମହରି ପାତ୍ର,ବ୍ଲକ ଯୁବ ସଭାପତି ବିନୋଦ କୁମାର ମାହାଙ୍କୁଡ଼,ରାଜ୍ୟ ଛାତ୍ର ସମ୍ପାଦକ ତଥା ରଣ୍ଡା ସରପଞ୍ଚ ଅଜିତ କୁମାର ରାଉଳ,ଜିଲ୍ଲା ମହିଳା ଉପସଭାନେତ୍ରୀ ବିଷ୍ନୁପ୍ରିୟା ନାୟକ,ସିଏଚ ଭରତ ପାତ୍ର, ଜିଲ୍ଲା ପରିଷଦ ଦୀପକ କୁମାର ସାମନ୍ତ ,ପୁର୍ବତନ ଜିଲ୍ଲା ପରିଷଦ ଶଶୀଭୂଷଣ ମହାନ୍ତି,୫୫ ନଂ ଜୋନ ଜିଲ୍ଲା ପରିଷଦ ତଅପୋଇ ଦାସ,୧୦ ନଂ ଜୋନ ଜିଲ୍ଲା ପରିଷଦ ଭାରତୀ ନାୟକ, ମୋହନ ରେଡ୍ଡୀଙ୍କ ସମେତ ପ୍ରାୟ ୩୦୦୦ କର୍ମୀ ପ୍ରମୁଖ ଯୋଗ ଦେଇ ଏକ ବିରାଟ ପଟୁଆର ରେ ପଞ୍ଚାୟତ ପରିକ୍ରମା କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଏବଂ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝେଇଥିଲେ । ପରେ କରାପଲ୍ଲୀ ପଞ୍ଚାୟତ ଅଫିସ ନିକଟସ୍ଥ ଏକ ପଡ଼ିଆରେ ଏକ ସଭାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଉପସ୍ଥିତ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ସଭାରେ ବିଜେପିର ପ୍ରାୟ୪୦ ଜଣ କର୍ମୀ ବିଜେପି ଛାଡ଼ି ବିଜେଡ଼ିରେ ମିସିଥିଲେ । ସେମାନଙ୍କୁ ଉପଢୌକନଦେଇ ବିଜୁ ଜନତା ଦଳକୁ ସ୍ୱାଗତ କରାଯାଇଥିଲା । ଏହି ସଭାରେ ରାଜନୈତିକ ସଚିବ ଡଃ ଗୋପବନ୍ଧୁ ଦାଶ ରାଜ୍ୟ ସରକାରଙ୍କ ଶିକ୍ଷା,ବିଜୁ କଲ୍ୟାଣ ସ୍ବାସ୍ଥ୍ୟ ଯୋଜନା, ଯୁବକ ଯୁବତୀ ନିଯୁକ୍ତି ଯୋଜନା, ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଥିବା କର୍ମୀମାନଙ୍କୁ ବୁଝାଇ କହିଥିଲେ । ତାହା ସହ ଜନ ପ୍ରତିନିଧିମାନଙ୍କୁ ପ୍ରତ୍ୟେକ ଘରକୁ ଘର ଯାଇ ସମ୍ପର୍କ ରଖିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଜିଲ୍ଲା ପରିଷଦ ଭାଇସ୍ ଚ୍ୟାରମେନ ରଜେଶ୍ୱରି ଦୋରା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ପ୍ରାୟ ୩ ହଜାର ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ।
