You are currently viewing ପୁରୁଷୋତ୍ତମପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ଭଏସ ଅଫ ମିଡ଼ିଆ ର ଗଞ୍ଜାମ ଜିଲ୍ଲା ସାଙ୍ଘ ଠନିକ ବୈଠକ ଅନୁଷ୍ଠିତ ,
ପୁରୁଷୋତ୍ତମପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ଭଏସ ଅଫ ମିଡ଼ିଆ ର ଗଞ୍ଜାମ ଜିଲ୍ଲା ସାଙ୍ଘ ଠନିକ ବୈଠକ ଅନୁଷ୍ଠିତ ,

ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ସାଙ୍ଘଠନିକ ବୈଠକ ଭଏସ ଅଫ ମିଡ଼ିଆ ର ବ୍ଳକ ସଭାପତି ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ପ୍ରସନ୍ନ କୁମାର ଦାଶ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି | ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଭଏସ ଅଫ ମିଡ଼ିଆ ର ଜିଲ୍ଲା ସଭାପତି ରାମ ପ୍ରସାଦ ସାମଲ ଯୋଗଦେଇଥିଲା ବେଳେ ଜିଲ୍ଲା କୋଷାଧକ୍ଷ ସୁଦର୍ଶନ ପରିଡା,ସାମ୍ନାନୀତ ଅତିଥି ରୂପେ ଉପସ୍ଥିତ ଥିଲେ | ପ୍ରସନ୍ନକୁମାର ଦାଶ ଭଏସ ସ ଅଫ ମିଡ଼ିଆ ର କାର୍ଯ୍ୟ କାରିତା ଓ ଏହା ଦ୍ୱାରା ସାମ୍ବାଦିକ ମାନଙ୍କ ସୁରକ୍ଷା, ପେନସନ, ଆବାସ ସେମାନଙ୍କ ପିଲାଙ୍କ ପାଠପଢ଼ା ସହ ଅନ୍ୟାନ୍ୟ ବିଷୟ ଉପରେ ଏହି ଇଣ୍ଟେର ନେସନାଲ ସଙ୍ଘ (ସାମ୍ବାଦିକ ମାନଙ୍କ ସ୍ୱର ) ସହଯୋଗ କରିବ ବୋଲି ବୁଝାଇ ଥିଲେ | ଏବଂ ଗଞ୍ଜାମ ଜିଲ୍ଲା ସହିତ ଦକ୍ଷିଣ ଓଡ଼ିଶାରେ ଏହି ସଙ୍ଘର ସଦସ୍ୟ କରାଯାଇ ସମସ୍ତେ ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ଓ ଜିଲ୍ଲା ସଭାପତି ଙ୍କ ହାତ ମୁଠାକୁ ଟାଣ କରିବାକୁ ପ୍ରସ୍ତାବ ଦେଇଥିଲେ |ଜିଲ୍ଲା ସଭାପତି ରାମ ପ୍ରସାଦ ସାମଲ ତାଙ୍କ
ମନ୍ତବ୍ୟରେ ଆଗାମୀ ଦିନରେ ସମସ୍ତେ ଏକ ମନ, ଗୋଟିଏ ରଜ୍ଜୁ ରେ ବାନ୍ଧି ହୋଇ ରହିଲେ ଭଏସ ଅଫ ମିଡ଼ିଆ କୁ ଗଞ୍ଜାମ ଜିଲ୍ଲା ରେ ନଂ ୱାନ ସଙ୍ଘଠନ ରୂପେ ପରିଗଣିତ କରିବାକୁ ମତ ଦେଇଥିଲେ |

ଅରୁଣ ଗୌଡ଼ ପ୍ରତେକ ସଦସ୍ୟ ଦଶ ଜଣ ଲେଖାଏଁ ସଦସ୍ୟ କରିବାକୁ ମତ ଦେଇଥିଲେ | ଅମିତ ମହାପାତ୍ର ଏହି ସଙ୍ଘର ନାମ କରଣ ସହିତ ଆମେ ଆଗକୁ ବଢିଲେ ନିଶ୍ଚିତ ଭାବେ ଉପରକୁ ଉଠିପାରିଵା କହିଥିଲେ | କୋଷାଧକ୍ଷ ପରିଡା ବାବୁ ଏକାଠିହିଁ ବଳ ବୋଲି ମତ ଦେଇଥିଲେ |କେ ତ୍ରିଲୋଚନ ପାତ୍ର ଜଗନ୍ନାଥ ଙ୍କୁ ଅନୁସରଣ କରି ଆଗକୁ ଚାଲିଲେ ଆମେ ସବୁ କ୍ଷେତ୍ର ରେ ଆଗକୁ ବଢିବା ବୋଲି କହିଥିଲେ |

ଅନ୍ୟ ସଦସ୍ୟ ଅରବିନ୍ଦଗୌଡ଼,ତ୍ରିଲୋଚନ ଦାଶ,ମାଧବନନ୍ଦ ଦାଶ ଓ ଶାନ୍ତନୁପଣ୍ଡା ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଥିଲେ | ସର୍ବକନିଷ୍ଟ ସଦସ୍ୟ ଶୁଭଙ୍କର ଦାଶ ଏହି ସାମ୍ବାଦିକ ତାରେ ଅର୍ଥ ପଛରେ ନ ଧାଇଁ ସତ୍ ପଥରେ ରହି କାମକଲେ ଅବଶ୍ୟ ଜୀବନରେ ଅସୁବିଧା ହେବ କିନ୍ତୁ ଇଜ୍ଜତ ର ମୂଲ୍ୟ ଢେର ଅଧିକ ବୋଲି ମତ ଦେଇଥିଲେ | ଏହି ବୈଠକ କୁ ନୂତନ ସଦସ୍ୟ ପାଈଁ ବିନୟ ଭୂଷଣ ପାଢ଼ୀ, ସାଗର ମୁନୀ, ସୁନିର ବିଶ୍ୱାସ ଯୋଗ ଦେଇଥିଲେ | ଶେଷରେ ଆଗାମୀ ଚଳିତ ମାସ ୨୫ ତାରିଖରେ ଭଏସ ଅଫ ମିଡ଼ିଆର ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟସ୍ତରିୟ ବାର୍ଷିକ ଉତ୍ସବ ପାଳନ ନିମନ୍ତେ କିପରି ସମସ୍ତେ ଉପସ୍ଥିତ ହେବେ ତା ଉପରେ ମଧ୍ୟ ଆଲୋଚନା ଅନୁଷ୍ଠିତ ହୋଇ ଥିଲା | ଏହି ଆଲୋଚନା ଚକ୍ରରେ ଅନ୍ୟ ମାନଙ୍କ ମଧ୍ୟରେ ଅରୁଣ କୁମାର ଗୌଡ଼, ଅମିତ ମହାପାତ୍ର, କେ ତ୍ରିଲୋଚନ ପାତ୍ର, ମାଧବାନନ୍ଦ ଦାଶ, ଶାନ୍ତନୁ କୁମାର ପଣ୍ଡା, ତ୍ରିଲୋଚନ ଦାଶ, ଅରବିବ୍ଦ ଗୌଡ଼, ଶୁଭଙ୍କର ଦାଶ, ପ୍ରଭୁତି ଉପସ୍ଥିତ ରହିଥିଲେ | ଶେଷରେ ଅମିତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

ରିପୋର୍ଟ ପ୍ରସନ୍ନ କୁମାର ଦାସ