ଉମରକୋଟ , ୦୨/୦୨ – ( ଲାଲଧର ଦୁର୍ଗା ) -:- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବହୁ ଜନପ୍ରିୟ ଯୋଜନା ଉମରକୋଟ ଅଞ୍ଚଳ ରେ ସଠିକତାର ସହ ପ୍ରଣୟନ ହେଉ ଏହା ଏହା ସେହି ଅଞ୍ଚଳ ବାସୀ ଙ୍କ ଇଚ୍ଛା କିନ୍ତୁ ଦୁଃଖ ର ବିଷୟ ଉମରକୋଟ ପୌରାଞ୍ଚଳରେ ଯେଉଁ ମାନେ ପ୍ରଧାନମନ୍ତ୍ରୀ ଯୋଜନା ର ହିତାଧିକାରୀ, ଗରିବ, ଖଟିଖିଆ, ମୂଳିମା ସେମାନଙ୍କୁ ଆବାସ ମିଳୁନାହିଁ ଅପରପକ୍ଷରେ ଯେଉଁ ମାନଙ୍କର ଘର କରିବାର ସାମଥ୍ୟ ରହିଛି, ସେହି ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର ବଣ୍ଟା ଯାଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଠିକ ସୁପରିଚାଳନା ଉଦେଶ୍ୟ ଯଦି ଆଗାମୀ ଦିନରେ ଏହି ଦାବି ପୂରଣ ନ ହେଲେ ଗରିବ, ଶ୍ରମିକ, କୃଷକ, ଖଟିଖିଆ ଭଳି ସାଧାରଣ ଜନତାଙ୍କ ପାଇଁ ଭାରତୀୟ ଜନତା ପାର୍ଟି ରାଜା ରାସ୍ତା କୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ଏବଂ ତଦଦ୍ଵାରା ଆଇନ ଶୁଙ୍ଖଳା ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଅଧିକାରୀ ତଥା ରାଜ୍ୟ ସରକାର ଦାୟୀ ରହିବେ ଏହିଭଳି ଦାବି କରିଛନ୍ତି ।


