ଦଳବିରୋଧୀ କାର୍ଯ୍ୟପାଇଁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ବିଜେଡି ସଭାପତି ନୀଳମାଧବ ରାଉତଙ୍କୁ ଗୁରୁବାର ଦିନ ଦଳରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି । ଏନେଇ ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଖବରପ୍ରକାରେ , ଦୀର୍ଘବର୍ଷ ଧରି ବିଜୁ ଜନତା ଦଳର ଜଣେ ଦୃଢ ସଂଗଠକ ଭାବେ ଶ୍ରୀ ରାଉତ ସାନଖେମୁଣ୍ଡି ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ପରବର୍ତ୍ତୀ ସମୟରେ ଆଡପଡା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କରି ଉତ୍ତମ କାର୍ଯ୍ୟକଳାପ ପାଇଁ ଗତ କିଛି ବର୍ଷ ପୂର୍ବେ ସାନଖେମୁଣ୍ଡି ବ୍ଲକର ବିଜେଡି ସଭାପତି ଭାବେ ଦାୟିତ୍ଵ ଦିଆଯାଇଥିଲା । କିନ୍ତୁ ଏହି ସମୟରେ ଶ୍ରୀ ରାଉତ ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ପରେ ତାଙ୍କୁ ଆଜି ଦଳରୁ ବହିଷ୍କାର କରାଯାଇଥିଲା । ସାନଖେମୁଣ୍ଡି ପ୍ରତିନିଧି କିରଣ କୁମାର ବେହେରା
