You are currently viewing ସରିଲା ସୋରଡ଼ା ଓକିଲ ସଂଘ ନିର୍ବାଚନ:
ସରିଲା ସୋରଡ଼ା ଓକିଲ ସଂଘ ନିର୍ବାଚନ:

ଗଞ୍ଜାମ ଜିଲା ସୋରଡ଼ା ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ଶ୍ରୀ ଜିତେନ୍ଦ୍ର କୁମାର ଧଳ ଏବଂ ସମ୍ପାଦକ ଭାବେ ଶ୍ରୀ ରଜନୀ କୁମାର ପଟ୍ଟନାୟକ ବାଜି ମାରିନେଇଛନ୍ତି। ଜିତେନ୍ଦ୍ର ଧଳ ତାଙ୍କ ପ୍ରତିପକ୍ଷ ଶ୍ରୀ କାଳୀ ଚରଣ ପାଢ଼ୀଙ୍କୁ ୦୪ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟ ହୋଇଥିବା ବେଳେ ସମ୍ପାଦକ ଭାବେ ରଜନୀ କୁମାର ତାଙ୍କ ପ୍ରତିପକ୍ଷ ଶ୍ରାବଣୀ ଦାସଙ୍କୁ ୧୪ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାଜିତ କରି ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ଶ୍ରୀ ନିଳାଞ୍ଚଳ ବିଷୋୟୀ ଉପ ସଭାପତି ଏବଂ ଯୁଗ୍ମ ସମ୍ପାଦକ ପାଇଁ ଶ୍ରୀ ପ୍ରିୟ ରଞ୍ଜନ ପାଢ଼ୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ଶକ୍ତି ରଞ୍ଜନ ସୁଆର ଜଣାଇଛନ୍ତି। ନବନିର୍ବାଚିତ ଓକିଲ ସଂଘ କର୍ମକର୍ତ୍ତାମାନଙ୍କୁ ସଂଘର ସମସ୍ତ ସଦସ୍ୟ ଅଭିନନ୍ଦନ ଜଣାଇଛନ୍ତି।