You are currently viewing କବିସୂର୍ଯ୍ୟନଗର ଏନଏସି କାଉଁସିଲ ବଡି ପୁରୁଷୋତ୍ତମପୁର ଏନଏସି ଉନ୍ନୟନମୂଳକ କାର୍ଯ୍ୟଗୁଡିକୁ ପରିଦର୍ଶନ କଲେ
କବିସୂର୍ଯ୍ୟନଗର ଏନଏସି କାଉଁସିଲ ବଡି ପୁରୁଷୋତ୍ତମପୁର ଏନଏସି ଉନ୍ନୟନମୂଳକ କାର୍ଯ୍ୟଗୁଡିକୁ ପରିଦର୍ଶନ କଲେ

ପୁରୁଷୋତ୍ତମପୁର,ତା ୨୬/0୯ ରାଜ୍ୟ ସରକାରଙ୍କର ଅର୍ଥ ଅନୁଦାନ ରେ ଓଡିଶାରେ ବିଭିନ୍ନ ସ୍ଥାନରେ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟରେ କଭଳି ନୂତନ ବୈଷୟିକ କାରିଗରୀ ନକ୍ସାର ଢାଞ୍ଚାରେ କାର୍ଯ୍ୟଶୈଳୀଗୁଡ଼ିକୁ 2022 ପୌର ନିର୍ବାଚନ ପରେ ପୁରୁଷୋତ୍ତମପୁର ଏନଏସି ନୂତନ କାଉନସିଲ ତରଫରୁ ଖାସକରି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ନେତୃତ୍ୱ ରେ ପୁରୁଷୋତ୍ତମପୁର ଏନଏସି ଅଞ୍ଚଳ ରେ ବିଭିନ୍ନ ୱାର୍ଡ ରେ ସୌନ୍ଦର୍ଯ୍ୟ କରଣ କରିବା ସହିତ ସମସ୍ତ ୱାର୍ଡ ଫେବର ରାସ୍ତାର ନିର୍ମାଣ କରାଯାଇଛି l

କାଉଁସିଲ ଗଠନର ଦେଢ଼ ବର୍ଷ ମଧ୍ୟରେ ପୁରୁଷୋତ୍ତମପୁର ଏନଏସି ରେ ଏହି ଭଳି ଉନ୍ନୟନ ମୂଳକ କାମ ହୋଉଥିବାରୁ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଜନସାଧାରଣ ମାନେ ପୁରୁଷୋତ୍ତମପୁର ଏନଏସି ପ୍ରଶଂସା ରେ ପୋତିଦେଉଛନ୍ତି l ଆଜି କବିସୂର୍ଯ୍ୟନଗର ଏନଏସି ତରଫରୁ ପୁରୁଷୋତ୍ତମପୁର ଏନଏସିଗ୍ରସ୍ତ କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରଶ୍ନ ଦାସ, ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଲଷ୍ମୀ ସେଠୀ, ଉପାଧ୍ୟକ୍ଷ ବିକ୍ରାନ୍ତ ସାହୁ, ପୂର୍ବତନ ଅଧକ୍ଷା ଲଷ୍ମୀପ୍ରିୟା ସାହୁଙ୍କ ସହ ସମସ୍ତ କାଉସିଲର ମାନେ, ପୁରୁଷୋତ୍ତମପୁର ଏନଏସି ଅଞ୍ଚଳକୁ ଗ୍ରସ୍ତ କରି ବିଭିନ୍ନ ବିକାଶ ମୂଳକ ଉନ୍ନୟନମୂଳକ କାର୍ଯ୍ୟର ମାନ ଦେଖି ଖୁସୀ ବ୍ୟକ୍ତ କରି ପ୍ରଶଂସା କରିଥିଲେ l.

‘ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼ ”ଉପଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, କାଉଁସିଲର ଅଶୋକ କୁମାର ମହାଙ୍କୁଡଙ୍କ ସହିତ, ମୁକ୍ତାର ସଂଗ୍ରାମ କେଶରୀ ନାୟକ ” ଯନ୍ତ୍ରୀ ବରୁଣ କୁମାର ବେହେରା, ବରିଷ୍ଠ କିରାଣୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ପରିମଳ ବିଭାଗର ଏକ୍ସପଟ ସତୀଶ କୁମାର ପାଣିଗ୍ରାହୀ ପ୍ରମୁଖ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ