ବେଗୁନିଆପଡ଼ା ( ୦୯ /୦୩/୨୦୨୩) (ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)
ହୋଲି ଅବସରରେ ମଞ୍ଚସ୍ଥ ହେଲା ସାମାଜିକ ନାଟକ। ବର୍ତ୍ତମାନ ସମାଜରେ ଚାଲିଥିବା ଘଟଣା ଦୁର୍ଘଟଣାକୁ ନେଇ ଏହି ନାଟକ ପରିବେଷଣ ହୋଇଛି। ନାଟକର ନାମ ତଥା ଶୀର୍ଷକ ରହିଥିଲା “କଳିଯୁଗ ତତେ ଦୁରୁ ଜୁହାର ” ।ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କେ ବରିଡ଼ା ପଞ୍ଚାୟତର ବିରିବାଟିଆରେ ସୋମବାର ସନ୍ଧ୍ୟାରେ ଏହି ନାଟକ ପାଇଁ ଗାଁରେ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଥିଲା।ନାଟକର ଉଦଘାଟନ ପାଇଁ ଅତିଥି ତଥା ମୁଖ୍ଯ ଆକର୍ଷଣ ଥିଲେ କୋଦଳାର ପୂର୍ବତନ ନଗରପାଳ ଶ୍ରୀ ହରପ୍ରସାଦ ସାହୁଙ୍କ ସହ ତାଙ୍କ ଧର୍ମପତ୍ନୀ ସୁନୀତା ପ୍ରଭା ସାହୁ । ଉଭୟଙ୍କୁ ଭବ୍ଯ ସ୍ବାଗତ ପାଇଁ ଏକ ବିଶାଳ ରୋଡ଼ ସୋ ଦେଖିବାକୁ ମିଳିଥିଲା ।
ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ବାଗତ ପୂର୍ବକ ମଞ୍ଚ ଉପରକୁ ନିଆଯାଇଥିଲା । ନାଟକକୁ ଉଦଘାଟନ କରିଥିଲେ ପୂର୍ବତନ କୋଦଳା ନଗରପାଳ ସୁନୀତା ପ୍ରଭା ସାହୁ ।କେ ବରିଡ଼ା ସରପଞ୍ଚ ପୂଜା ପ୍ରଧାନ, ସମିତି ସଭ୍ୟା ପୁଷ୍ପାଞ୍ଜଳି ଗୌଡ଼, ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ମହା ସଚିବ ଦଣ୍ଡପାଣି ମହାପାତ୍ରଙ୍କ ସମେତ ମୁଖ୍ୟ ଅତିଥି ହର ଦମ୍ପତି ମଞ୍ଚ ଉପରୁ ଅଭିଭାଷଣ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଯୋଗ ଦେଇଥିବା ବେଳେ ଓଟିଭିର ଧାରାବାହିକ ଦ ଗ୍ରେଟ୍ ଓଡିଶା ପଲିଟିକାଲ ସର୍କସର ବ୍ଯଗଂ କଳାକାର ମାନେ ଯୋଗ ଦେଇ ଉପସ୍ଥିତ ଦର୍ଶକମାନଙ୍କୁ ହସାଇ ହସାଇ ବେଦମ୍ କରିଥିଲେ।ଶେଷରେ ବିରିବାଟିଆର ଯୁବ କଳାକାରଙ୍କ ଦ୍ଵାରା ପରିବେଷିତ ହୋଇଥିଲା ସାମାଜିକ ନାଟକ କଳିଯୁଗ ତତେ ଦୁରୁ ଜୁହାର।ହଜାର ହଜାର ଦର୍ଶକ ଏହି ନାଟକକୁ ବେଶ୍ ମନଭରି ଉପଭୋଗ କରିଥିଲେ।
