You are currently viewing ଧାନ ମଣ୍ଡି ର ସୁ ବ୍ୟବସ୍ଥା ଏବଂ ସଠିକ୍ ମୂଲ୍ୟ ନିମନ୍ତେ ବି ଜେ ପି ପକ୍ଷରୁ ଦାବିପତ୍ର ପ୍ରଦାନ।
ଧାନ ମଣ୍ଡି ର ସୁ ବ୍ୟବସ୍ଥା ଏବଂ ସଠିକ୍ ମୂଲ୍ୟ ନିମନ୍ତେ ବି ଜେ ପି ପକ୍ଷରୁ ଦାବିପତ୍ର ପ୍ରଦାନ।

ପାତ୍ରପୁର,୩୦/୧୨ : ଭାରତ ବର୍ଷରେ ଜୟ ଜବାନ ଜୟ କିଷାନ ନାରା ସମସ୍ତେ ଦିଅନ୍ତି। ଏବଂ ଜବାନଙ୍କୁ ତ ସନମାନ ମିଳୁଛି କିନ୍ତୁ କିଷାନକୁ ସନମାନ ତ ଦୁରର କଥା କିଷାନକୁ କେହି କେବେ ସୁଖଦୁଃଖ ରେ ମଧ୍ୟ ସାମିଲ ହେଉନାହାନ୍ତି। ଚଷାପୂଅ ବର୍ଷ ସାରା ଅକ୍କାନ୍ତ ପରିଶ୍ରମ କରି ଯେଉଁ ଫସଲ ଅମଳ କରୁଛି ସେ ଫସଲକୁ କିଛି ମୁଷ୍ଟିମେୟ ମିଲର ଲୁଟ କରୁଥିବା ଅଭିଯୋଗ କରିଛନ୍ତି କିଛି ଚାଷୀ। ପାତ୍ରପୁର ବ୍ଳକ ରେ ପ୍ରାୟତଃ ଧାନ ଅମଳ ସରି ଆସୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଧାନ ମଣ୍ଡି ଖୋଲା ଯାଇ ନ ଥିବାରୁ ଚାଷୀ ମାନେ ହଇରାଣ ହେଉଛନ୍ତି। ଗତ ବର୍ଷ ଅଧିକାଂଶ ଚାଷୀ ଙ୍କ ଟୋକେନ୍ ଲାଫସ୍ ହୋଇଥିବାରୁ ବହୁତ ଚାଷୀ ଶାଗ ମାଛ ଦର ରେ ମିଲେର ଏବଂ ଆନ୍ଧ୍ର ବେପାରୀଙ୍କୁ ଧାନ ବିକ୍ରି କରିଥିଲେ। ଚଳିତ ବର୍ଷ ଚାଷୀ ମାରଣ ନୀତି ଅବଲମ୍ବନ ନ କରି ମଣ୍ଡି ର ସୁ ବ୍ୟବସ୍ଥା ସହ ଆସନ୍ତା ୨ ତାରିଖ ସୁଦ୍ଧା ଧାନ ମଣ୍ଡି ଖୋଲିବା ପାଇଁ ପାତ୍ରପୁର ବିଡ଼ିଓ ପ୍ରକାଶ ଦାସ ଓ ତହସିଲଦାର ଅମିତ୍ କୁମାର ନାୟକ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ନିର୍ଦ୍ଧାରିତ ସମୟରେ ଏବଂ ସଠିକ୍ ମୂଲ୍ୟରେ ଚାଷୀ ଙ୍କ ଧାନ ନ କିଣିଲେ ବି ଜେ ପି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଦାବୀ ପତ୍ର ପ୍ରଦାନ ବେଳେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଅଧ୍ୟକ୍ଷା ୱାଇ ସଂଯୁକ୍ତା, ସନ୍ତୋଷ କୁମାର ପାତ୍ର, ବାଲାଜୀ ପାଢୀ, ୱାଇ ବାଲ୍ କ୍ରିଷ୍ଣା ରେଡ୍ଡୀ,ତ୍ରିପତି ରେଡି,ଭି.ଦେବିପ୍ରସାଦ, ଗୌରାଙ୍ଗ ପାଣିଗ୍ରାହି,ପ୍ରଶାନ୍ତ ସାହୁ, ପ୍ରଦୀପ ସାମନ୍ତରା , ରଞ୍ଜନ ପ୍ରଧାନ,ରାମ ଅଧିକାରୀ,ନାରାୟଣ ତିଆଡି ଓ ଲଳିତା ବଡମୁଣ୍ଡି ଙ୍କ ସମେତ ଶତାଧିକ ବି ଜେ ପି କର୍ମୀ ଓ ଚାଷୀ ମାନେ ଉପସ୍ଥିତ ଥିଲେ। ଏଫ କୁୟୁ ମାନ ନାରେ କୁଇଣ୍ଟଲ କୁ ଚାରି କିଲୋଗ୍ରାମ ରୁ ଅଧିକ ଧାନ କଟାକୁ ନେଇ ଚାଷୀ ଅସନ୍ତୋଷ କୁହୁଳୁ ଥିବା ପରିଲକ୍ଷିତ ହେଉଛି।