You are currently viewing ଶ୍ରୀମନ୍ଦିର ପଶ୍ଚିମଦ୍ବାରରେପ୍ରବେଶ କରିଲେ ପୁରୀ ଆଇନଜୀବୀ
ଶ୍ରୀମନ୍ଦିର ପଶ୍ଚିମଦ୍ବାରରେପ୍ରବେଶ କରିଲେ ପୁରୀ ଆଇନଜୀବୀ

ପୁରୀ,୨୬/୬- ଶୁକ୍ରବାର ଅପରାହ୍ନରେ ପୁରୀ ଓକିଲ ସଂଘ କାର୍ଯ୍ଯାଳୟ ଠାରୁ ଆଇନଜୀବୀ ମାନେ ଏକ ବିରାଟ
ଶୋଭାଯାତ୍ରାରେ ଦୋଳମଣ୍ଡପ ସାହି ଦେଇ ଶ୍ରୀମନ୍ଦିର ପଶ୍ଚିମଦ୍ବାର ଠାରେ ପହଞ୍ଚିଥିଲେ । ସେଠାରେ କିଛି ସମୟ ପୋଲିସ ଓ ଆଇନଜୀବୀଙ୍କ ସହ କଥା କଟାକଟି ହୋଇଥିଲା । ପରେ ଆଧାର କାର୍ଡ ଦେଖାଇ ପଶ୍ଚିମଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ପୁରୀ ସହରବାସୀ ମାନେ ପଶ୍ଚିମଦ୍ବାର ଠାରେ ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିର ପ୍ରବେଶ ପାଇଁ ଆଇନଜୀବୀ ମାନେ ଦାବି କରିଥିଲେ । ଏହି ଶୋଭାଯାତ୍ରାରେ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି, ସାଧାରଣ ସମ୍ପାଦକ ଶରତ କୁମାର ରାୟଗୁରୁଙ୍କ ସମେତ ନିର୍ବାଚିତ ପ୍ରତିନିଧି ଓ ଆଇନଜୀବୀ ମାନେ ସାମିଲ ହୋଇଥିଲେ ।