ଚିକିଟି — ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁଙ୍କ ଅଧ୍ୟକ୍ଷତାରେ ନୂତନ କେନ୍ଦ୍ରୀୟ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଦୌଉଳିଆପଡା ସମାଜ କୋଠଘର ଠାରେ ରବିବାର ଦିନ ଅତି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ପ୍ରକିୟା ଅନୁଯାୟୀ ବିଗତ ଦିନରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ତା ୦୫.୦୭.୨୦୨୬ ରିଖ ଠାରୁ ଆରମ୍ଭ କରି ତା ୦୨.୦୮.୨୦୨୬ ରିଖ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଗ୍ରାମ୍ୟ ଏବଂ ଆଞ୍ଚଳିକ ପରିଷଦ ର ନୂତନ କର୍ମକର୍ତ୍ତା ଚୟନ ହୋଇ ସାରିଥିବା ବେଳେ ପ୍ରତ୍ୟେକ ଆଞ୍ଚଳିକ ପରିଷଦ ପକ୍ଷରୁ ଦୁଇ ତିନି ଜଣ ଅଭିଜ୍ଞ ବ୍ୟକ୍ତିଙ୍କୁ କେନ୍ଦ୍ରୀୟ ପରିଷଦ କର୍ମକର୍ତ୍ତା ସକାଶେ ସଭ୍ୟ ଭାବେ ପ୍ରେରିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ସମସ୍ତ ଗ୍ରାମ୍ୟ ଏବଂ ଆଞ୍ଚଳିକ ପରିଷଦ ପକ୍ଷରୁ ନବ ନିର୍ବାଚିତ ହୋଇ ଆସିଥିବା ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ଙ୍କ ଉପସ୍ଥିତି ଏବଂ ପ୍ରସ୍ତାବ ଓ ସମର୍ଥନ ରେ ନୂତନ କେନ୍ଦ୍ରୀୟ କର୍ମକର୍ତ୍ତା ଚୟନ କରାଯାଇଛି। ନୂତନ କେନ୍ଦ୍ରୀୟ ପରିଷଦ କର୍ମକର୍ତ୍ତା ଭାବେ ପୂର୍ବରୁ ମହାସଭାରେ ଚୟନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁ, ଉପଦେଷ୍ଟା ଶ୍ରୀ ଯୋଗି ସାହୁ,ସଭାପତି ଶ୍ରୀ ଦଣ୍ଡାସି ସାହୁ, ଛଅ ଜଣ ଉପ ସଭାପତି ୧.ପ୍ରଶାନ୍ତ କୁମାର ସାହୁ(ଚିକିଟୀ), ୨.ଅଭିମନ୍ୟୁ ସାହୁ(ବଡ଼ଖେମୁଣ୍ଡି), ୩.ପ୍ରଶାନ୍ତ ସାହୁ(ପାଣ୍ଡିରି), ୪.ରାମଚନ୍ଦ୍ର ସାହୁ(ପଦ୍ମପୁର), ୫.ଘନଶ୍ୟାମ ସାହୁ(ଜୁରା), ୬.ରାଜେନ୍ଦ୍ର ସାହୁ (ସୋରଡା), ସାଧାରଣ ସମ୍ପାଦକ ଲକ୍ଷ୍ମଣ କୁମାର ସାହୁ, ସଙ୍ଗଠନ ସମ୍ପାଦକ ରବୀନ୍ଦ୍ର ସାହୁ(ଚାନ୍ଦପୁର), କାର୍ଯ୍ୟାଳୟ ସମ୍ପାଦକ ନିରଞ୍ଜନ ସାହୁ(ଚିକିଟୀ), ଗଣମାଧ୍ୟମ ସମ୍ପାଦକ ଅକ୍ଷୟ କୁମାର ସାହୁ, ସହ ସମ୍ପାଦକ କାଳିଆ ସାହୁ(ତାଳପୁର), କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁ, ସହ କୋଷାଧ୍ୟକ୍ଷ କ୍ରୀଷ୍ଣା ସାହୁ(ମୋହନା), ବେହେରା ବିପିନ୍ନ ବିହାରୀ ସାହୁ ଓ ଅଲେଖ ସାହୁ ଙ୍କୁ ଚୟନ କରାଯାଇଛି। ପ୍ରତ୍ୟେକ ଗ୍ରାମ୍ୟ ଏବଂ ଆଞ୍ଚଳିକ ପରିଷଦର ନିର୍ବାଚିତ କର୍ମକର୍ତ୍ତା, ସଭ୍ୟ ଏବଂ ଦୌଉଳିଆପଡା ଗ୍ରାମ୍ୟ ପରିଷଦର ସହଯୋଗରେ ନିର୍ବାଚନ ପକ୍ରିୟାକୁ ଅତି ଶୃଙ୍ଖଳିତ ଭାବେ ପରିଚାଳିତ କରି କର୍ମକର୍ତ୍ତା ଚୟନ କରାଯାଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।
