You are currently viewing ମଣ୍ଡଳ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ମନ୍ତ୍ରୀ।<br>ବମକୋଇ ପାଟ ର ବିକାଶ ପାଇଁ କେନ୍ଦ୍ର ସରକାର ସହଯୋଗ କରିବେ: ରାଷ୍ଟ୍ର ମନ୍ତ୍ରୀ।
ମଣ୍ଡଳ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ମନ୍ତ୍ରୀ।
ବମକୋଇ ପାଟ ର ବିକାଶ ପାଇଁ କେନ୍ଦ୍ର ସରକାର ସହଯୋଗ କରିବେ: ରାଷ୍ଟ୍ର ମନ୍ତ୍ରୀ।

ପାତ୍ରପୁର, ୧୦/୦୧ – ( ଆରତ କୁମାର ହୋତା ) -:- କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜର୍ଦୋଷ ମଙ୍ଗଳବାର ପାତ୍ରପୁର ଗ୍ରସ୍ତରେ ଆସି ପାତ୍ରପୁର ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ନେତୃତ୍ୱରେ କେଲୁଆ ଠାରେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇ ଏକ ବାଇକ୍ ରାଲି ସହ ବିରାଟ ପଟୁଆରରେ ପାତ୍ରପୁର ବିଜେପି କାର୍ଯ୍ୟଳୟକୁ ପାଛୋଟି ଅଣାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଇଶୁରୁ କାଳୀଦାସ ରେଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜର୍ଦୋଷ, ରାଜ୍ୟ ଉପସଭାପତି ଭୃଗୁବକ୍ସି ପାତ୍ର, ବିଜେପି ଜିଲ୍ଲା ସଭାପତି ବିଭୂତିଭୂଷଣ ଜେନା, ଲୋକସଭା ସଂଯୋଜକ ସରୋଜ ସାବତ, ଜିଲ୍ଲା ମହିଳା ନେତ୍ରୀ ମୀନା ଦ୍ୟାନ ସାମନ୍ତରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରା, ବିଧାନ ସଭା ପ୍ରଭାରୀ କାମନା ପାଢୀ, ବିଧାନ ସଭା ସଂଯୋଜକ ଆପନା ପ୍ରଧାନ, ପାତ୍ରପୁର ବ୍ଲକ ଅଧ୍ୟକ୍ଷା ୱାଇ.ସଂଯୁକ୍ତା, ଉପାଧ୍ୟକ୍ଷ ଅନାଦୀ ଚରଣ ପଣ୍ଡିତ, ଲଳିତା ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ । ମନ୍ତ୍ରୀଙ୍କୁ ରାଷ୍ଟ୍ରପତି ପୁରସ୍କାର ପାଇଥିବା ବମକୋଇ ପାଟ ଦେଇ ସମ୍ମାନୀତ କରାଯାଇଥିଲା । ମନ୍ତ୍ରୀ ନିଜ ଅଭିଭାଷଣରେ ଆୟୁଷ୍‌ମାନ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚି ପାରୁଛି କି ନାହିଁ କର୍ମୀ ମାନଙ୍କୁ ପଚାରି ବୁଝିଥିଲେ ।

ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ କମିଟି ତାଲିକାର ତଦାରଖ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ବିଜେପି କିପରି କ୍ଷମତାକୁ ଆସିବ ତାହା ନେଇ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେବା ସହ ଭୋଟରଙ୍କ ପ୍ରିୟଭାଜନ ହେବା ପାଇଁ ପାରାର୍ମଶ ଦେଇଥିଲେ । ଶେଷରେ ବମକୋଇ ଗ୍ରାମକୁ ପୂବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସମନ୍ତରାଙ୍କୁ ସୈଜନ୍ୟ ମୂଳକ ସାକ୍ଷାତ କରି ବମକୋଇ ପାଟ କାରିଗର ଶୁସାନ୍ତ ନାୟକଙ୍କ ଘରକୁ ଯାଇ ବୁଣାକାର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଫେରିଥିଲେ । ଏହି କାର୍ଯ୍ୟକ୍ରମରେ ୱାଇ ମୋହନ ରାଓ, ଓ. ନାଗମା ରାଓ, ବାଲକ୍ରିଷ୍ଣା ରେଡି, ଧନୁ ଶବର ନବ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ମଣ୍ଡଳ ସଭାପତି, ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ସଦସ୍ୟ/ସଦସ୍ୟା ସହ ବହୁ ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇଥିଲେ ।