କୋଦଳା (୦୭/୧୧ /୨୦୨୩)
ଗଞ୍ଜାମ ଜିଲ୍ଲା କୋଦଳା ସବ୍ ଜେଲ୍ ପଛ ସାହିରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିକାଣ୍ଡରେ ୩ ଟି ପରିବାର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି। ଆସବାସ ପତ୍ର ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଏପରିକି ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇ ଯାଇଛି ।ଆଜି କବିସୂର୍ଯ୍ୟନଗର ବିଜେପି ନେତା ପ୍ରତାପ ନାୟକ ଉକ୍ତ ସାହିର କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ପହଞ୍ଚିବା ସହ କ୍ଷୟକ୍ଷତି ସଂପର୍କରେ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରଙ୍କୁ କିଭଳି ସହାୟତା ପ୍ରଦାନ କରାଯିବ ସେ ନେଇ ଆଲୋଚନା କରିବା ସହ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଶ୍ରୀ ନାୟକ। କିଛି ଖାଦ୍ୟ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ ମଧ୍ୟ କରିଛନ୍ତି। ଗରିବମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାସ ଗୃହ ଯଥେଷ୍ଟ ପରିମାଣର ଯୋଗାଇ ଦେଉଥିବା ବେଳେ କୋଦଳା ଏନଏସି ରେ ଏହି ଗରିବ ଲୋକଙ୍କୁ ଆବାସ ଗୃହ କାହିଁକି ଦିଆଯାଇ ନାହିଁ ବୋଲି କହି ପ୍ରଶାସନକୁ ଟାର୍ଗେଟ କରିଛନ୍ତି ବିଜେପି ନେତା।ଚାଳ ଛପର ଘର ଥିବା ସତ୍ତ୍ୱେ କାହିଁକି ଏମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଯୋଜନାରେ ସାମିଲ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ନାୟକ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟଆଇ ଜେ ବି ନିୟୁଜ ।
