You are currently viewing ବନ୍ଦେ ମାତରଂ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା |
ବନ୍ଦେ ମାତରଂ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା |

ଦେଶପ୍ରେମ ରେ ଉଦବୁଦ୍ଧ ହେଲା ସମଗ୍ର ତାଳଚେର।

ଅନୁଗୁଳ : ( ଦିଲୀପ କୁମାର ଚୋପଦାର ) ଜିଲ୍ଲାର କୋଇଲା ନଗରୀ ତାଲଚେର ରେ ବନ୍ଦେମାତରଂ  ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ଆୟୋଜିତ ତ୍ରିରଙ୍ଗା  ଶୋଭାଯାତ୍ରା ଶେଷ ହୋଇଛି।  କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଗଦର୍ଶନ  ରେ  ଆୟୋଜିତ କରାଯାଇଥିବା ତ୍ରିରଙ୍ଗା ଶୋଭାଯାତ୍ରା ତାଳଚେର ହାଣ୍ଡିଧୁଆଁ  ଛକ ଠାରୁ ଆରମ୍ଭ ହୋଇ ରାଜବାଟି ନିକଟସ୍ଥ୍ଧ ବ୍ରାହ୍ମଣି ନଦୀ କୂଳରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶେଷ ହୋଇଥିଲା ଯେଉଁଥିରେ ହଜାର ହଜାର ମହିଳା, ପୁରୁଷ ଏବଂ ସମସ୍ତ ବର୍ଗ ର ଲୋକ ଏକତ୍ରିତ ହୋଇଥିଲେ  ।  

ଲୋକମାନେ ଦେଶଭକ୍ତି ଗୀତ ଏବଂ ସ୍ଲୋଗାନ ଦେଇ  ସମସ୍ତଙ୍କୁ ଉତ୍ସାହିତ କରୁଥିଲେ, ସେମାନଙ୍କ ହାତରେ ତ୍ରିରଙ୍ଗା ପତାକା  ଦେଶପ୍ରେମର ଏକ ଅନନ୍ୟ ଉଦାହରଣ ଉପସ୍ଥାପନ କରୁଥିଲା |  ଭାରତ ମାତାଜୀଙ୍କର ରଥ ତ୍ରିରଙ୍ଗା ଶୋଭାଯାତ୍ରାରେ ସମସ୍ତଙ୍କ ହୃଦୟକୁ ଆକର୍ଷିତ କରିଥିଲା ​​|  ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ଶାଏ ଙ୍କ ଜନ୍ମ ତିଥି କୁ ମନେ ପକାଇ, ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସ୍ୱରୂପ ବନ୍ଦେ ମାତରଂ ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ଶ୍ରୀ ରଙ୍ଗାଧର ନାହକ ଙ୍କ ଉଦ୍ୟମରେ ଏହି ଶୋଭାଯାତ୍ରା କରା ଯାଇଥିଲା। ଏଥିରେ ବନ୍ଦେ ମାତରଂ  ଫାଉଣ୍ଡେସନ୍ ଟ୍ରଷ୍ଟ ର ସଭାପତି  ରଙ୍ଗାଧର ନାହକ, ଭାରତୀୟ ଜନତା ପାର୍ଟି ର ସକ୍ରିୟ ପଦାଧିକାରୀ କାର୍ଯ୍ୟ କର୍ତ୍ତା ଦୟା ସାଗର ମିଶ୍ର ,ଦୀପକ ଥମ୍ବ ,ବିରଞ୍ଚି ସାହୁ , ନିରଂଜନ ପ୍ରଧାନ, ବିଜୟ ବିଶ୍ଵାଳ ,ମନୋଜ ପ୍ରଧାନ,
ବିଭୂତି ସାହୁ,|ପେସ୍କାର ଗଡନାୟକ


ପ୍ରକାଶ ମହାରଣା,ଗଗନ ବିହାରୀ ସାହୁ,ପପୁନ ଦାସ,ସୁଶାନ୍ତ ପ୍ରଧାନ , ଗିତିଶ୍ ପ୍ରଧାନ ,ବୁଲୁ ମିଶ୍ର,ଅର୍ଜୁନ କିସ୍କୁ ,ରାଜେଶ ସାହୁ ,
ଜସ୍ମିନ୍ ପ୍ରଧାନ ,ସଙ୍ଗିତା ସାହୁ ,ରଶ୍ମୀ ସାହୁ ,ଲକ୍ଷ୍ମୀପ୍ରିୟା ମଲ୍ଲିକ, ଉର୍ମିଲା ଦେହୁରୀ, ଉଛନ ପଟ୍ଟାନାୟକ୍ ,ଭୁବନ ପ୍ରଧାନ ମନୋଜ ପ୍ରୁଷ୍ଟୀ ,ଦୀପ୍ତି ପ୍ରଭା ମହାରଣ ,ସ୍ବାଧିନ ଥମ୍ବ,ଧୀରନ୍ ସାହୁ
ସୁନୀଲ ବିଶ୍ୱୱାଲ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସଞ୍ଚାଳନ କରି ଥିଲେ ।