You are currently viewing କୁକୁଡାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ନିଯୁକ୍ତି ହେଲେ ଶ୍ରୀ ପ୍ରଶାନ୍ତ କୁମାର ପାଣି ( ସୁଶାନ୍ତ )
କୁକୁଡାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ନିଯୁକ୍ତି ହେଲେ ଶ୍ରୀ ପ୍ରଶାନ୍ତ କୁମାର ପାଣି ( ସୁଶାନ୍ତ )

ଗଞ୍ଜାମ ଜିଲ୍ଲା ପୂର୍ବ କଂଗ୍ରେସ ସଭାପତି ତଥା ବ୍ରହ୍ମପୁର ଲୋକସଭା ପ୍ରାଥୀ ଶ୍ରୀ ରଶ୍ମି ରଞ୍ଜନ ପଟ୍ଟନାୟକ ଙ୍କ ସୁପାରିଶ କ୍ରମେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ଅନୁମୋଦନ ଅନୁଯାୟୀ କୁକୁଡାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ଭାବେ ଶ୍ରୀ ପ୍ରଶାନ୍ତ କୁମାର ପାଣି (ସୁଶାନ୍ତ) ଙ୍କୁ ନିଯୁକ୍ତି କରିଛନ୍ତି। ଏହି ଦାୟିତ୍ୱ ମିଳିବା ପରେ ତାଙ୍କୁ ବିଭିନ୍ନ ଅଞ୍ଜଳରୁ ଅଭିନନ୍ଦନ ବାର୍ତ୍ତା ମିଳୁଥିବାର ଜଣାପଡୁଛି। ଏହି ଅବସରରେ ମନୋନୀତ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାଣି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଶ୍ମି ରଞ୍ଜନ ପଟ୍ଟନାୟକ, ରାଜ୍ୟ ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ଶ୍ରୀ ରାଘବ ପରିଡା, ପୂର୍ବତନ ବିଧାୟକ ଶ୍ରୀ ତ୍ରିନାଥ ବେହେରା, ରାଜ୍ୟ ଉପସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନା, ରାଜ୍ୟ ସଂପାଦକ ଶ୍ରୀ ସାକା ସୁଜିତ କୁମାର, ଜିଲ୍ଲା ଉପସଭାପତି ଶ୍ରୀ ବୃନ୍ଦାବନ ଖଟେଇ, ଦିଲ୍ଲୀପ ପାତ୍ର, ସୁକାନ୍ତ ପାତ୍ର, ରାମନାଥ ସାହୁ, ଦିଗପହଣ୍ଡି ବିଜ୍ଞାପିତ ପରିଷଦ ଅଂଚଳର ଅଧକ୍ଷ ଶ୍ରୀ ପ୍ରଫୁଲ ପଣ୍ଡା, ଉପାଧ୍ୟକ୍ଷା ପ୍ରତିନିଧି ଶ୍ରୀ କେ. କୁନା, ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ବନଜା ପଣ୍ଡା, ପୂର୍ବତନ ସରପଞ୍ଚ ସୁଶ୍ରୀ ମନୋରମା ରାଉଳ, ନଗର ସଭାପତି ଶ୍ରୀ ଦୀପକ ମିଶ୍ର, ଶ୍ରୀଧର ଦେଓ, ପ୍ରକାଶ ଗୌଡ଼, ଶଙ୍କର ସୁବୁଦ୍ଧି, ଶିବରାମ ପ୍ରଧାନ, ପିତାମ୍ବର ଗୌଡ଼, ଅଭିମନ୍ୟୁ ଜାନି, ଶିବ ପ୍ରସାଦ ଦୋରା ( ପୂର୍ବତନ ବ୍ଲକ ସଭାପତି ), ଭରତ, ସୁନୀଲ ଗୌଡ଼, ସୁଦାମ ଗୌଡ଼, ଉମେଶ ଗୌଡ଼, ମନୋଜ ସେଠୀ, ଅରୁଣ ଭୂୟାଁ, ସୁବାଷ ବେହେରା ସମେତ ସମସ୍ତ କୁକୁଡାଖଣ୍ଡି ବ୍ଲକ ଏବଂ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ସମସ୍ତ ବରିଷ୍ଠ ଏବଂ କନିଷ୍ଠ ପ୍ରିୟ କଂଗ୍ରେସ କର୍ମକର୍ତ୍ତା ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ଭାଇ ଓ ଭଉଣୀ ମାନଙ୍କୁ ତାଙ୍କର ଆନ୍ତରିକ ଶୁଭେଚ୍ଛା ଏବଂ କୃତଜ୍ଞତା ଜଣାଇଛନ୍ତି।