କୋଦଳା
ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଗୌରାଦେଇପୁର ଠାରେ ଚାଲିଥିବା ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ଓ ଅନ୍ନଜଜ୍ଞରେ ଯୋଗଦେଇଛନ୍ତି ହରପ୍ରସାଦ ସାହୁ ।ଶୁକ୍ରବାର ସଂନ୍ଧ୍ଯାରେ କୋଦଳାର ପୂର୍ବତନ ନଗରପାଳ ଶ୍ରୀ ହରପ୍ରସାଦ ସାହୁଙ୍କ ସହ ତାଙ୍କ ଧର୍ମପତ୍ନୀ ସୁନୀତା ପ୍ରଭା ସାହୁ ଗୌରାଦେଇପୁର ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ କରିଥିଲେ ଶତାଧିକ ଗ୍ରାମବାସୀ। ନାମ ସଂକୀର୍ତ୍ତନ ମଣ୍ଡଳୀ ସହ ଏକ ବିଶାଳ ଶୋଭାଯାତ୍ରାରେ ଆଧ୍ଯାତ୍ମିକ ପରିବେଶରେ ଗ୍ରାମ ପରିକ୍ରମା କରିଥିଲେ ହର ଦମ୍ପତି। ଏହାପରେ ନାମଯଜ୍ଞ ସ୍ଥଳରେ ପହଞ୍ଚି କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ। ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଘମାସରେ ଏଠାରେ ନାମଯଜ୍ଞ ଓ ଅନ୍ନଜଜ୍ଞ ହେଉଥିବା ବେଳେ ଏନେଇ ଗ୍ରାମରେ ଆଧ୍ଯାତ୍ମିକ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
