ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଏକ ବିଶାଳ କର୍ମୀ ସମ୍ମିଳନୀ ସହ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ପୋଲସରା ବ୍ଲକ ଅନ୍ତର୍ଗତ ନିମିନା ରଂଗ ମାଟିଆ ତୋଟା ପଡିଆ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ପୋଲସରା ବିଧାୟକ ପ୍ରାର୍ଥୀ ଭାବେ ଶ୍ରୀକାନ୍ତ ସାହୁ ଓ ଆସିକା ସାଂସଦ ପ୍ରାର୍ଥନା ଡଃ ରଞ୍ଜିତା ସାହୁ, ବିଜୁ ଜନତା ଦଳ ର ବରିଷ୍ଠ ନେତା ହର ପ୍ରସାଦ ସାହୁଏଥିରେ ଯୋଗ ଦେଇଥିଲେ। ଉଭୟଙ୍କୁ ମଞ୍ଚରେ ଭବ୍ଯ ସମ୍ବର୍ଦ୍ଧନା ଦିଆଯାଇଥିଲା। ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ ଘୋଷଣା ପରେ ଏବେ ତିନି ପ୍ରମୁଖ ଦଳ ସମରସଜ୍ଜା ଆରମ୍ଭ କରିଛନ୍ତି । ତେବେ ନିର୍ବାଚନ ପାଇଁ ଏକପ୍ରକାର ପ୍ରସ୍ତୁତ ଥିବା ଶାସକ ବିଜୁ ଜନତା ଦଳ କିନ୍ତୁ ପ୍ରଚାର ମଇଦାନରେ ପ୍ରଥମ ସ୍ଥାନରେ ରହିଛି ।ବର୍ତ୍ତମାନ ପୋଲସରାରୁ ବିଧାୟକ ଥିବା ଶ୍ରୀକାନ୍ତ ସାହୁ ଓ ଆସିକା ସାଂସଦ ପ୍ରାର୍ଥୀନୀ ଡଃ ରଞ୍ଜିତା ସାହୁଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ୍ ଦେଇ ବିଜୟୀ କରାଇବା ନେଇ ସଂକଳ୍ପ ନେଇଛନ୍ତି ହଜାର ହଜାର ବିଜେଡି କର୍ମକର୍ତ୍ତା।ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବୋଲି କହିଛନ୍ତି ଆସିକା ବିଜେଡି ସାଂସଦ ପ୍ରାର୍ଥୀନୀ ଡଃ ରଞ୍ଜିତା ସାହୁ । ଜନସାଧାରଣଙ୍କ ଆଶୀର୍ବାଦରେ ପୋଲସରା ନିର୍ବାଚନ ମଣ୍ଡଳୀ ଆଗାମୀ ଦିନରେ ଆହୁରି ଉନ୍ନତି ପଥରେ ଅଗ୍ରସର ହେବ ବୋଲି ସେ କହିଛନ୍ତି।
ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
