କୋଦଳା
ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ବୁରୁଝୁରୀ ଠାରେ ଆଜି ମଧ୍ୟାହ୍ନରେ ବିଜୁ ଜନତା ଦଳର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କୋଦଳା ପୂର୍ବତନ ନଗରପାଳ ତଥା କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ପ୍ରାର୍ଥୀ ହରପ୍ରସାଦ ସାହୁ ଯୋଗ ଦେଇ ଶତାଧିକ ମହିଳା ଓ ପୁରୁଷ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିବା ଦେଖିବାକୁ ମିଳିଛି। ଏଥିରେ ବୁରୁଝୁରୀ ପଞ୍ଚାୟତର ଓ୍ବାର୍ଡ ସ୍ତରରୁ ପଞ୍ଚାୟତ ସ୍ତରୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।
ବିଜେଡିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଦଳକୁ ମଜବୁତ କରିବା ନିମନ୍ତେ ଶପଥ ନେବା ସହ ଦୁଃଖସୁଖରେ ଏକାଠି ହେବା ନିମନ୍ତେ କହିଥିଲେ।ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ବିକାଶର କାର୍ଯ୍ୟଧାରା ଏବଂ ନବୀନ ଓଡ଼ିଶା ନିର୍ମାଣର ନୂତନ ପ୍ରତିଛବି ସମସ୍ତ ଜନସାଧାରଣଙ୍କୁ ଅବଗତ କରାଇବା ଓ ଅଞ୍ଚଳରେ ଶାନ୍ତି ସଦ୍ଭାବନା ପ୍ରତିଷ୍ଠା କରିବାକୁ ଆହ୍ବାନ ଦେଇଛନ୍ତି ବରିଷ୍ଠ ନେତା ହରପ୍ରସାଦ ସାହୁ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
