ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ଉପାନ୍ତ ଅଞ୍ଚଳର ଗୌଡ଼ଗୋଠ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଏଲ ଏଣ୍ଡ ଟି କନଷ୍ଟ୍ରକସନ ଓ ମେଗା ପି ଡବ୍ଲୁ ଏସ ମିଳିତ ଭାବେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଔଷଧ ବିତରଣ କାର୍ଯ୍ୟକ୍ରମ କାରିଛନ୍ତି | ଏହି ଶିବିର କୁ ମାନ୍ୟବର ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ବରିଷ୍ଟ ବିଜେପି ନେତା ରାଧା ମୋହନ ସ୍ୱାଇଁ ଓ ମଣ୍ଡଳ ସଭାପତି ଟୁକୁନା ଗୌଡ଼ ଯୋଗ ଦେଇଥିଲେ |

ସୋରଡ଼ା ବ୍ଳକ ର ତିନି ଉପାନ୍ତ ପଞ୍ଚାୟତ ବଡଗୋଛା, ଗୌଡ଼ଗୋଠ ଓ ବୋରଦା ପଞ୍ଚାୟତ ର ସମସ୍ତ ସାଧାରଣ ଲୋକ ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦେଶ୍ୟ ରେ ଏହି ସ୍ୱାସ୍ଥ୍ୟ ଶିବିର ଟି ଉପାନ୍ତ ଅଞ୍ଚଳ ରେ କରାଯାଇଥିବା କହିଛନ୍ତି ସୋରଡ଼ା ବିଧାୟକ | ଏହି ସ୍ୱାସ୍ଥ୍ୟ ଶିବିର ରେ ଏକ ଭେଷଜ ଡାକ୍ତରୀ ଦଳ ସହ ଚକ୍ଷୁ ବିଭାଗୀୟ ଡାକ୍ତର ମାନେ ଯୋଗ ଦେଇ ଲୋକଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରିଥିଲେ |

ଏହି ସ୍ୱାସ୍ଥ୍ୟ ଶିବିର ରେ ପ୍ରାୟ ଦୁଇ ସହରୁ ଉର୍ଦ୍ଧ ଲୋକ ଯୋଗ ଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ | ଡାକ୍ତର ଙ୍କ ପରାମର୍ଶ ସହ ଔଷଧ ବ୍ୟବହାର ଓ ଅନ୍ଧ ବିଶ୍ୱାସ ଠାରୁ ଦୁରେଇ ରହିବାକୁ ଉପାନ୍ତ ଅଞ୍ଚଳ ର ଲୋକମାନଙ୍କୁ ସଚେତନ ର ବାର୍ତ୍ତା ଦେଇଥିଲେ ସୋରଡ଼ା ବିଧାୟକ ନୀଳମଣି ବିଶୋଇ |

