You are currently viewing ନିର୍ବାଚିତ ପ୍ରତିନିଧିଙ୍କ ସହ ସମୀକ୍ଷା କଲେ ଜିଲ୍ଲାପାଳ
ନିର୍ବାଚିତ ପ୍ରତିନିଧିଙ୍କ ସହ ସମୀକ୍ଷା କଲେ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମଙ୍ଗଳବାର ଦିନ ସାନଖେମୁଣ୍ଡି ବ୍ଲକ ଗସ୍ତ କରି ସଭାଗୃହ ପରିସରରେ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟକୁ ତ୍ବରାନ୍ବିତ ନେଇ ନିର୍ବାଚିତ ପ୍ରତିନିଧିଙ୍କୁ ଆୟୋଜିତ ବୈଠକରେ ସମୀକ୍ଷା କରିଥିବା ଜଣାପଡିଛି । ସାନଖେମୁଣ୍ଡି ବ୍ଲକ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ପରିଡ଼ା ସମେତ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା , ବ୍ଳକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ସମେତ ବ୍ଳକ ଅଧିନସ୍ଥ କାର୍ଯ୍ୟରତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ଅନୁମୋଦନରେ କାର୍ଯ୍ୟାଦେଶ ହେଉଥିବା ଉନ୍ନୟନମୂଳକ କାର୍ଯ୍ଯର ବିକାଶ ଯେପରି ଭାବରେ ସହରାଞ୍ଚଳ ମାନଙ୍କରେ ତ୍ବରାନ୍ବିତ ହେଉଅଛି ତାହା ସେପରି ଗ୍ରାମାଞ୍ଚଳ ମାନଙ୍କରେ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହ ଗ୍ରାମାଞ୍ଚଳ ବିଭିନ୍ନ ସମୟରେ ଦେଖାଯାଉଥିବା ମୌଳିକ ସମସ୍ୟା ଯଥା ପାନୀୟ ଜଳ , ଶିକ୍ଷା , ସ୍ବାସ୍ଥ୍ୟସେବା , ରାସ୍ତା ପ୍ରଶସ୍ତିକରଣ ଓ ଜଳସେଚନ ପ୍ରକଳ୍ପ ଦ୍ବାରା ଉପକୃତ ଚାଷୀ ମାନଙ୍କ ଉପରେ ଗୁରୁତ୍ୱାରୋପ ଦିଆଯିବା ନିମନ୍ତେ ସମୀକ୍ଷା କରିଥିଲେ ।

ସେହିପରି ଦେବାଳୟ , କଲ୍ୟାଣ ମଣ୍ଡପ , ଗ୍ରାମାଞ୍ଚଳ ପାର୍କ , ମୋ ପୋଖରୀ , ଭତ୍ତା , ଆବାସ ଯୋଜନା ଉପରେ ମଧ୍ୟ ଆଲୋଚନା କରିଥିଲେ । ଅପରପକ୍ଷରେ ନିର୍ବାଚିତ ପ୍ରତିନିଧି ମାନେ ଗ୍ରାମାଞ୍ଚଳ ମାନଙ୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ପୂର୍ତ୍ତ ବିଭାଗ ନିମ୍ନ ମାନର କାର୍ଯ୍ୟ କରୁଥିବା ଜିଲ୍ଲାପାଳ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି । ଏହି ସମୀକ୍ଷା ବୈଠକରେ ବ୍ଳକ ଅଧିନସ୍ଥ ୨୬ ଗୋଟି ପଞ୍ଚାୟତର ଜିଲ୍ଲା ପରିଷଦ , ସରପଞ୍ଚ , ସମିତି ସଭ୍ୟ ଉପସ୍ଥିତ ରହିଥିଲେ ।

ସାନଖେମୁଣ୍ଡି ପ୍ରତିନିଧି କିରଣ କୁମାର ବେହେରା