You are currently viewing ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡା ସୁରକ୍ଷା ବଳରେ ଶ୍ରୀକ୍ଷେତ୍ର
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡା ସୁରକ୍ଷା ବଳରେ ଶ୍ରୀକ୍ଷେତ୍ର

ପୁରୀ,୨/୧-ଶ୍ରୀକ୍ଷେତ୍ର ଆସୁଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୃମୁ । ପବିତ୍ର ତୀର୍ଥ ପୁଷ୍ପରିଣୀ ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବେ । ପିଣ୍ଡଦାନ ପରେ ଶ୍ରୀମନ୍ଦିରକୁ ଶ୍ରୀଜୀଉଙ୍କ ଦର୍ଶନ କରିବେ । ଏଥିପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ, ରାଜ୍ଯ ଓ ଜିଲ୍ଲା ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଶେଷକରି ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବନ୍ଦୋବସ୍ତ କରାଯିବା ସହ ପୁରୀ ଏସପି ପ୍ରତୀକ ସିଂ ତ୍ବରିତ କ୍ଷେତ୍ର ପରିଦର୍ଶନ କରି ପୋଲିସ ସୁରକ୍ଷା ବ୍ଯବସ୍ଥାକୁ ସୁଦୃଢ କରିଛି ।

ସୋମବାର ପୂର୍ବାହ୍ନରେ ରିଜର୍ଭ ପୋଲିସ ପଡିଆରେ ସମସ୍ତ ପୋଲିସ ଅଧିକାରୀଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ସତ୍ଯଜିତ ନାୟକ ପରାମର୍ଶ ଦେବା ସମୀକ୍ଷା କରିଥିଲେ । ଶ୍ରୀକ୍ଷେତ୍ରର ଚାରିଦିଗକୁ ପୋଲିସ ବଳୟ ଭିତରେ ରଖାଯିବ । ମଙ୍ଗଳାଘାଟ, ହରେକୃଷ୍ଣପୁର ଛକ, ଭୂଦାନ ଛକ ଓ ସମୁଦ୍ରକୂଳ ଅଞ୍ଚଳରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି । ୩ ତାରିଖ ମହାମହିମ ରାଷ୍ଟ୍ରପତି ହେଲିପ୍ୟାଡରେ ଅବତାରଣ କରିବା ପରେ କଡା ସୁରକ୍ଷା ବଳୟ ମଧ୍ଯରେ ଲୋକଭବନରେ ରାତ୍ରିଯାପନ କରିବେ । ୪ ତାରିଖ ସକାଳ ୬ଟାରୁ ଶେତ୍ବଗଙ୍ଗା ପୁଷ୍ପରିଣୀରେ ପିଣ୍ଡଦାନ କରିବେ । ୭ଟା ସାଢେ ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରିବେ । ହେଲିପ୍ୟାଡ ଚାରିପଟ ବ୍ଯାପକ ବନ୍ଧୁକଧାରୀ ପୋଲିସ ଜଗିରହିବେ । ଶେତ୍ବଗଙ୍ଗା ଚାରିପଟ ଉଚ୍ଚ ଅଟ୍ଟାଳିକାରେ ବନ୍ଧୁକଧାରୀ ପୋଲିସ ବାଇନା କୁଲାର ସହ ଜଗି ରହିବେ । ଶ୍ରୀମନ୍ଦିର ଭିତର ଓ ବାହାର ବ୍ଯାପକ ପୋଲିସ ମୁତୟନ ହେବେ । ୪ ତାରିଖ ସକାଳ ୬ଟାରୁ ସାଢେ ୮ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ରୁ ଦର୍ଶନ ସାରି ଫେରିବା ପରେ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି ପୁରୀକୁ କମ୍ପ୍ରେହେନସିଭ ମଲଟି ଲେୟାର ସୁରକ୍ଷା ବ୍ଯବସ୍ଥା କରାଯାଇଛି । ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୬ ଜଣ ଏସପି, ୮ ଜଣ ଅତିରିକ୍ତ ଏସପି, ୨୫ ଜଣ ଡିଏସି ,୧୦୦ ଜଣ ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର ଦାୟିତ୍ବରେ ଅଛନ୍ତି । ମେଡିକାଲ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ନୋଭେକିଲ ଜୋନ କରାଯାଇଛି । ଟ୍ରାଫିକ ବ୍ଯବସ୍ଥାକୁ କଡାକଡି କରାଯାଇଛି । ୪ ତାରିଖ ସକାଳ ପାଇଁ ଶ୍ରୀମନ୍ଦିର ଭିତରେ ପାଳିଆ ସେବକଙ୍କୁ ସ୍ବତନ୍ତ୍ର ପାସ୍ ଦିଆଯାଇଛି ।
ବଡଦାଣ୍ଡରେ ଫିକ୍ସି ଷ୍ଟିଲ ବ୍ଯାରିକେଡ କରାଯାଇଛି । ୩ ଓ ୪ ତାରିଖ ଦିନ ମେଡିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡରେ ଦୁଇପାର୍ଶ୍ବରେ ଦୋକାନ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି ।