You are currently viewing ଆଦିବାସୀ ପଂଚାୟତ ବାଦପଲ୍ଲୀ ରେ ନଗରପାଳ ଙ୍କ ପରିବାର ସମ୍ପର୍କ ପଦଯାତ୍ରା |
ଆଦିବାସୀ ପଂଚାୟତ ବାଦପଲ୍ଲୀ ରେ ନଗରପାଳ ଙ୍କ ପରିବାର ସମ୍ପର୍କ ପଦଯାତ୍ରା |

ଖଲ୍ଲିକୋଟ 11/12 ତୃଣମୂଳ ସ୍ତରରୁ ରାଜ୍ୟ ରେ ବିଜେଡ଼ି କୁ ଦୃଢ଼ୀଭୂତ କରିବା ପାଇଁ ରାଜ୍ୟ ବିଜେଡ଼ି ସୁପ୍ରିମୋ ଙ୍କ ଡାକରା କ୍ରମେ ଆଗାମୀ ଡ଼ିସେମ୍ବର 26 ପର୍ଯ୍ୟନ୍ତ ପରିବାର ସମ୍ପର୍କ ଯାତ୍ରା ଚଳାଇବା ପାଇଁ ନିର୍ଦେଶ ରହିଛି | ତଦନୁଯାୟୀ ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଇଂ. ନିରଞ୍ଜନ ବେହେରା ତାଙ୍କ ସମର୍ଥକ ମାନଙ୍କ ସହ ଖଲ୍ଲିକୋଟ ବ୍ଲକ ର ବିଭିନ୍ନ ପଂଚାୟତ କୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ଖଲ୍ଲିକୋଟ ର ବରିଷ୍ଠ ବିଜେଡ଼ି ନେତ୍ରୀ ସୁଜ୍ଞାନୀ କୁମାରୀ ଦେଓଙ୍କ ସମର୍ଥକ ଙ୍କ ସହ ବିଜେଡ଼ି ର କର୍ମୀ ମାନଙ୍କୁ ଭେଟି ନବୀନ ଙ୍କ ବିଭିନ୍ନ କଲ୍ୟାଣକ|ରି ଯୋଜନା ର ପ୍ରଚାର କରିଥିବା ଜଣାପଡିଛି |

ସୋମବାର ଦିନ ଖଲ୍ଲିକୋଟ ବ୍ଲକ ର ଆଦିବାସୀ ଅଧ୍ୟୁଷିତ ବାଦପଲ୍ଲୀ ପଂଚାୟତ କୁ ପରିବାର ସମ୍ପର୍କ ପଦଯାତ୍ରା ଯାଇ ସେହି ପଂଚାୟତ ର ସରପଞ୍ଚ ନିର୍ମଳା ଶବର ଓ ସମିତି ସଭ୍ୟା ମିନତୀ ଯାନୀ ଓ ଶିବରାମ ଶବର, ଭିକା ଶବର, ସିମାଞ୍ଚଳ ଶବର, ବୃନ୍ଦାବନ ଶବର ପ୍ରମୁଖ ଆଦିବାସୀ ନେତା ଙ୍କ ନେତୃତ୍ୱ ରେ ପଂଚାୟତ ର ଆଦିବାସୀ ପଲ୍ଲୀ ପରିକ୍ରମା କରି ଭତ୍ତା, ଆବାସ, ପାନୀୟ ଜଳ, ସ୍ଵାସ୍ଥ୍ୟ ସମେତ ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ |ସେହିପରି ପଡୋଶୀ ପଂଚାୟତ ଖୋଜ|ପଲ୍ଲୀ ପଂଚାୟତ ରେ ପହଂଚି ପ୍ରଫୁଲ୍ଲ ପରିଡା, ବୈଦ୍ୟ ପରିଡା,ପୂର୍ବତନ ସରପଞ୍ଚ ଶଙ୍କର ବାରିକ, ସୂର୍ଯ୍ୟ ପ୍ରଧାନ, ପ୍ରଫୁଲ୍ଲ ସାହୁ ପ୍ରମୁଖ ଙ୍କ ନେତୃତ୍ୱ ରେ.


ଖୋଜ|ପଲ୍ଲୀ ପଂଚାୟତ ପରିକ୍ରମା କରି ପଂଚାୟତ ର ବିଭିନ୍ନ ଗ୍ରାମ କୁ ଯାଇ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ଗତ ଲଘୁଚାପ ଜନିତ ବର୍ଷା ରେ କ୍ଷତି ହୋଇଥିବା ଧାନ ଫସଲ ର କ୍ଷତିପୂରଣ ନେଇ ଚାଷୀ ମାନେ ଏନ ଏ ସି ଅଧକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ଏନ ଏ ସି ଅଧକ୍ଷ ଙ୍କ ସହ ବିଜେଡ଼ି ଯୁବନେତା ନିରଞ୍ଜନ ନାୟକ, ନାରାୟଣ ପାଢ଼ୀ,ସୁବଳ ସାହୁ, କପିଳ ପଲାଇ, ଦୀନେଶ ମହାରଣା, ନବଘନ ସାହୁ ପ୍ରମୁଖ ପାରିବାରିକ ସମ୍ପର୍କ ଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ |

(ରିପୋର୍ଟ :ମାଧବ ବେହେରା ଖଲ୍ଲିକୋଟ )