You are currently viewing ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟି ଆଜି ଅଧକ୍ଷ ଦାୟିତ୍ୱ ନେଇଛନ୍ତି କୃଷ୍ଣ ଚନ୍ଦ୍ର ପଣ୍ଡା ,
ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟି ଆଜି ଅଧକ୍ଷ ଦାୟିତ୍ୱ ନେଇଛନ୍ତି କୃଷ୍ଣ ଚନ୍ଦ୍ର ପଣ୍ଡା ,

ପୁରୁଷୋତ୍ତମପୁର ଏସ୍ଏସି ଉପାଧ୍ଯକ୍ଷ ଥିବା କୃଷ୍ଣଚନ୍ଦ୍ର ପଣ୍ଡା ଙ୍କୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡ ସେନା ଆଜି ଅପରାହ୍ନ ରେ ମୁନିସିପାଲିଟି ଧାରା 89 (ଏ ) ପ୍ରକାରେ ଏବଂ ଲେଟର ନଂ 221 ଆଧାର ରେ ଚିଠି ଦ୍ୱାରା ଜଣାଇ ଥିଲେ କି ସେଆଜି ଅର୍ଥାତ ବୁଧୁବାର ସନ୍ଧ୍ୟା ରେ ଆସି ଦାୟିତ୍ୱ ଗ୍ରହଣ କରିବା ପାଈଁ କହିଥିଲେ | ତେବେ ସନ୍ଧ୍ୟା ରେ କୃଷ୍ଣ ଚନ୍ଦ୍ର ପଣ୍ଡା ଏନଏସସୀ ଅଫିସି ରେ ପହଂଚିବା ପରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଦଣ୍ଡ ସେନା, ଓ ଦଶ ଜଣ କାଉନ ସିଲର ଏବଂ ମାନ୍ୟ ଗଣ୍ୟ ବ୍ୟକ୍ତି ଙ୍କ ସହିତ ବିଜେପିର ନେତା କର୍ମୀ ଙ୍କ ଗହଣରେ ତଥା ଘୁମୁସର ଜିଲ୍ଲା ବିଜେପିର ସମ୍ପାଦକ ଥିବା ଅନିଲ କୁମାର ପଣ୍ଡା ଙ୍କ ଉପସ୍ଥିତି ରେ ଏବଂ ଏନଏସିର ଯେଇ ଙ୍କ ସହିତ ସବୁ ଷ୍ଟାଫ ଙ୍କ

ସହଯୋଗ ରେ ମାଆ ତାରା ତାରିଣୀ, କପିଳେଶ୍ୱର, ଏବଂ କୁମାରେଶ୍ୱର ଙ୍କୁ ପ୍ରଣିପାତ କରି ଅଧକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି | ଅଧକ୍ଷା ଥିବା ପ୍ରିୟଙ୍କା ଗୌଡ଼ ଙ୍କୁ ସେପ୍ଟେମ୍ବର ଦୁଈ ତାରିଖ ରେ ନ ଜଣ କାଉନ ସିଲର ଅନାସ୍ଥା ଭୋଟ ପାଈଁ ଗଞ୍ଜାମ ଜିଲ୍ଲା ପାଳ ଙ୍କୁ ଭେଟି ପ୍ରସ୍ତାବ ଦେଇଥିଲେ | ଏବଂ ଜିଲ୍ଲା ପାଳ ଉପଜିଲ୍ଲା ପାଳ ଙ୍କୁ କହି ଅନାସ୍ଥା ଭୋଟ ସେପ୍ଟେମ୍ବର 12 ତାରିଖରେ ଏ ନେସି ଅଫିସ ରେ କରିଥିଲେ |

ତେବେ ଅଧକ୍ଷା ଙ୍କ ସପକ୍ଷରେ କିଏ ଭୋଟ ଦେଇନଥିଲା ବେଳେ ବିପକ୍ଷ ରେ 10ଜଣ କାଉନ ସିଲର ଭୋଟ ଦେଇଥିଲେ | ତେବେ ଅଧକ୍ଷା ହାଇକୋର୍ଟର ଆଶ୍ରୟନେଇ ଦୁଈ ଦୁଇଟି ପିଟିସନ ପକାଇଥିଲେ | ଯାହାଦ୍ୱାରା ଭୋଟ ପରେ କାର୍ଯ୍ୟନୁଷ୍ଠାନ ହୋଇପାରି ନଥିଲା | ତେବେ ହାଇକୋର୍ଟ ଅଧକ୍ଷା ଙ୍କ ପିଟିସନ କୁ ଅକ୍ଟୋବର 12 ତାରିଖ ରେ ମାନ୍ୟବର ଜର୍ଜ ସମସ୍ତ ବିଷୟ ଵସ୍ତୁକୁତର୍ଜମା ସହ ହୃଦୟଙ୍ଗମ କରି ଦୁଈ ପିଟିସନ କୁ ଖାରଜ କରିଦେଇ ଥିଲେ ! ଯାହା ଫଳରେ ନୂତନ ଅଧକ୍ଷ ହେବା ପାଇଁ ପଥପରି ଷ୍କାରହୋଇଯାଇ ଥିଲା |

ହାଇକୋର୍ଟ ଙ୍କ ନିଷ୍ପତି ପରେ ନଗର ଉର୍ନ୍ନୟନ ବିଭାଗ ଗତ ମାସ 24 ତାରିଖରେ ଚିଠି ନଂ 21910 ପ୍ରକାରେ ଅଧକ୍ଷା ପାଦ ହରେଇଥିବା ନେଇ ସ୍ପଷ୍ଟି କରଣ କରି ଚିଠି ଦେଇଥିଲେ | ପୁଣି ଏକ ଚିଠି ନଂ 1966ପ୍ରକାରେସରକାରୀ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଈଁ ଘୋଷଣା କରିଥିଲେ | ତେବେ କୃଷ୍ଣ ଚନ୍ଦ୍ର ପଣ୍ଡା ଅଧକ୍ଷ ପଦ ପାଇବା ପରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡ ସେନା ଉପସ୍ଥିତ 10 ଜଣ କାଉନ ସିଲର,ଓ ଯେଇ ଏନଏସି ଷ୍ଟାଫ, ବିଜେପି ନେତା କର୍ମୀ , ଜିଲ୍ଲା ସମ୍ପାଦକ ଅନିଲ କୁମାର ପଣ୍ଡା ସମସ୍ତ୍ର ନୂତନ ଅଧକ୍ଷ ଙ୍କୁ ପୁଷ୍ପଗୁଛ ଓ ଫୁଲ ମାଳ ଦେଇ ସ୍ୱାଗତ କରି ଥିଲେ |

ନୂତନ ଅଧକ୍ଷ ନିର୍ବାଚନ ପର୍ଯ୍ୟନ୍ତ ଯେତେଦିନ ଦାୟିତ୍ୱ ରେ ରହିବେ ସମସ୍ତଙ୍କ ସହଯୋଗ ରେ ବସଷ୍ଟାଣ୍ଡ, ଭେଣ୍ଡିଙ୍ଗ ଜୋନ , ସହିତ ବହୁବିଧ ଉର୍ନତି କରିବେ ବୋଲି ମତ ପ୍ରକାଶ କରିଥିଲେ |

ରିପୋର୍ଟ ପ୍ରସନ୍ନ କୁମାର ଦାସ