You are currently viewing ତାରାତାରିଣୀଙ୍କ ଆଶୀର୍ବାଦ ଭିକ୍ଷା କଲେ ସାଂସଦ ପ୍ରାର୍ଥୀ ଡ଼କ୍ଟର ରଞ୍ଜିତା
ତାରାତାରିଣୀଙ୍କ ଆଶୀର୍ବାଦ ଭିକ୍ଷା କଲେ ସାଂସଦ ପ୍ରାର୍ଥୀ ଡ଼କ୍ଟର ରଞ୍ଜିତା

ଆସିକା ଲୋକସଭା ଆସନରୁ ଯୁବ ଚେହେରା ଭାବେ ବିଜୁ ଜନତା ଦଳରୁ ଟିକେଟ୍ ପାଇବା ପରେ ବୁଧବାର ମା ତାରାତାରିଣୀଙ୍କ ପୀଠରେ ପହଞ୍ଚିଛନ୍ତି ଡଃ ରଞ୍ଜିତା ସାହୁ ।ରଞ୍ଜିତାକଂ ସହ ବାପା ହରପ୍ରସାଦ ଓ ମା ସୁନୀତା ପ୍ରଭା ସାହୁ ମଧ୍ୟ ମା ତାରାତାରିଣୀଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।ଶତାଧିକ ସମର୍ଥକଙ୍କ ଗହଣରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ ରଞ୍ଜିତା।
ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳରୁ ଆସିକା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଡଃ ରଞ୍ଜିତା ସାହୁ ।ଜଣେ ଉଚ୍ଚ ଶିକ୍ଷିତା, ସମାଜସେବୀ ଭାବେ ଖୁବ୍ କମ୍ ଦିନରେ ଲୋକପ୍ରିୟତା ହାସଲ କରିଥିବା ରଞ୍ଜିତାକୁଂ ନେଇ ଦଳ ବେଶ୍ ଆଶାବାଦୀ।

ଟିକେଟ ଘୋଷଣା ପରଠାରୁ ସଂସଦୀୟ କ୍ଷେତ୍ରର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଶୁଭେଚ୍ଛୁ ଓ ଦଳୀୟ ନେତା ଓ ସମର୍ଥକ ମାନେ ରଞ୍ଜିତାକଂ ନିକଟରେ ପହଞ୍ଚି ରେକର୍ଡ ସଂଖ୍ୟାରେ ଜିତିବା ନେଇ ଗୋଟି ଚାଳନା କରୁଛନ୍ତି।


ତେବେ ମା ତାରାତାରିଣୀଙ୍କ ଠାରେ ପୂଜାର୍ଚ୍ଚନା କରି ମଇଦାନକୁ ଓହ୍ଲାଇଛନ୍ତି ରଞ୍ଜିତା। ବାପାଙ୍କ ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତାକୁ ପାଥେୟ କରି ଜନସେବାକୁ ବ୍ରତୀ କରିବା ପାଇଁ କରିଛନ୍ତି ପଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ସହ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ତଥା ଜନକଲ୍ୟାଣକାରୀ ଯୋଜନା କିଭଳି ତୃଣମୂଳସ୍ତରରେ ପହଞ୍ଚିବ ସେ ନେଇ ଅଧିକ ଦୃଷ୍ଟି ଦେବେ ବୋଲି ସେ କହିଛନ୍ତି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।