You are currently viewing ଜାପେଟା ଠାରେ ବିଜେପିର ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜାପେଟା ଠାରେ ବିଜେପିର ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଦଳା (୧୯/୦୯/୨୦୨୩)
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କାଳିମେଘି ପଞ୍ଚାୟତର ଜାପେଟା ଗ୍ରାମରେ ମଂଗଳବାର ବିଜେପି ପକ୍ଷରୁ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଶ ଜାତି ପାଇଁ ପ୍ରାଣବଳୀ ଦେଇଥିବା ବୀର ଶହୀଦ ଓ ସ୍ୱାଧିନତା ସଂଗ୍ରାମୀମାନଙ୍କ ଘରକୁ ଯାଇ ବିଜେପିର କର୍ମକର୍ତ୍ତାମାନେ ସେମାନଙ୍କ ତ୍ୟାଗ ନିମନ୍ତେ ପରିବାର ସଦସ୍ୟଙ୍କ ନିକଟରେ ପହଞ୍ଚି ସେମାନଙ୍କ ଘର ଅଗଣାରୁ ମାଟି ସଂଗ୍ରହ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ମାଟି ସଂଗ୍ରହ କରାଯାଇ ଦିଲ୍ଲୀ ଠାରେ ନିର୍ମିତ କରାଯାଉଥିବା ଅମୃତବାଟିକାକୁ ପ୍ରେରଣ କରାଯିବ। ସ୍ୱାଧୀନତାର ଅମୃତ ମହୋତ୍ସବ ସମାପନ ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ପ୍ରତାପ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପାଣ୍ଡିଆ ମଣ୍ଡଳ ସଭାପତି ଶ୍ରୀକାନ୍ତ ପଣ୍ଡା, କବିସୂର୍ଯ୍ୟନଗର ନେତା ଶ୍ରୀକାନ୍ତ ମହାପାତ୍ର, ମନୋଜ ପଲେଇ, ଅଭି ପ୍ରଧାନ, ଓ୍ବାର୍ଡ ସଭ୍ୟ ସନ୍ଯାସୀ ପ୍ରଧାନ , ନରେନ୍ଦ୍ର ପ୍ରଧାନ, ରାକେଶ ପ୍ରଧାନ, ବିଦ୍ଯା ପ୍ରଧାନ, ରମାକାନ୍ତ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ପ୍ରଦୀପ ପ୍ରଧାନ, କଂଗ୍ରେସ ପ୍ରଧାନକଂ ସମେତ ବହୁ ମହିଳା ପୁରୁଷ ଯୋଗ ଦେଇଥିଲେ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଳାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।