You are currently viewing ଖଲ୍ଲିକୋଟ ବ୍ଲକ ରେ ତିନି ଗୋଟି କ୍ଷୁଦ୍ର ଜଳସେଚନ ଉନ୍ନତି କରଣ କାର୍ଯ୍ୟ ର ଶୁଭାରମ୍ଭ କଲେ ବିଧାୟିକା |
ଖଲ୍ଲିକୋଟ ବ୍ଲକ ରେ ତିନି ଗୋଟି କ୍ଷୁଦ୍ର ଜଳସେଚନ ଉନ୍ନତି କରଣ କାର୍ଯ୍ୟ ର ଶୁଭାରମ୍ଭ କଲେ ବିଧାୟିକା |

ଖଲ୍ଲିକୋଟ ; 7/3 ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଦୁଇଟି ପଂଚାୟତ ର ତିନି ଗୋଟି ଜଳସେଚନ ପ୍ରକଳ୍ପ ର ଶୁଭ ଦେଲେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ |ଗୁରୁବାର ଦିନ ବିଧାୟିକା ଶ୍ରୀମତୀ ବୈଦ୍ୟ ବ୍ଲକ ର ସାବୁଲିଆ ପଂଚାୟତ ର ଦେଶବନ୍ଧୁ ଘାଇ ଜଳସେଚନ ପ୍ରକଳ୍ପ ଓ ବି ଏନ ପୁର ପଂଚାୟତ ରଘୁନାଥପୁର ଉତ୍ତର ଘାଇ ଓ ଗୌଡ଼ ନୂଆଗାଁ ର ନୂଆ ଘାଇ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ର ଉନ୍ନତି କରଣ ର ଭିତ୍ତି ପ୍ରସ୍ତର କାର୍ଯ୍ୟ କରାଯାଇଥିଲା |ଉକ୍ତ କ୍ଷୁଦ୍ର ଜଳସେଚନ ଉନ୍ନତି କରଣ ରେ ପ୍ରାୟ ଏକ କୋଟି ଟଙ୍କା ଖର୍ଚ୍ଚ ହେବ |

ଉକ୍ତ ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ ଦୈତାରୀ ବେହେରା ସରପଞ୍ଚ ଅହଲ୍ୟା ବେହେରା ସମିତି ସଭ୍ୟ ସବିତା ବେହେରା, ସାଂସଦ ପ୍ରତିନିଧି ରତ୍ନାକର ସାହୁ, ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲ୍ଲୀ, ସରପଞ୍ଚ ଋଷିକେଶ ବେହେରା ସମତି ସଭ୍ୟ ଗଣେଶ ଦାସ ଓ ଖଲ୍ଲିକୋଟ ବ୍ଲକ ମହିଳା ବିଜେଡ଼ି ସଭାନେତ୍ରୀ ମିତାଞ୍ଜଳି ମିଶ୍ର ଓ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ବି ସିମାଞ୍ଚଳ ରେଡି ସମେତ ବହୁ ଜଳ ବ୍ୟବହାର କରି ଚାଷୀ ମାନେ ଉପସ୍ଥିତ ଥିଲେ |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, )