ଖଲ୍ଲିକୋଟ ; 9/12 ଦୀର୍ଘ ସାତ ମାସ ପରେ ଖଲ୍ଲିକୋଟ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହେବା ନେଇ ସମତି ସଭ୍ୟ ଓ ସରପଞ୍ଚ ମାନେ ପ୍ରଶ୍ନ ଉଠାଇଥିବା ବେଳେ ଏ ନେଇ ସମିତି ବୈଠକ ରେ ଝଡ଼ ଉଠିବା ସହ କଛି ସମୟ ପାଇଁ କଥା କଟାକଟି ହୋଇଥିଲା |ଖଲ୍ଲିକୋଟ ବ୍ଲକ ସମିତି ଅଧକ୍ଷ ଦୈତାରୀ ବେହେରା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ସମିତି ବୈଠକ ରେ ପୂର୍ବ ବୈଠକ ର ବିବରଣୀ କୁ ଭାରପ୍ରାପ୍ତ ପଂଚାୟତ ଅଧିକାରୀଙ୍କ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ପଠନ ପରେ ବୈଠକ ଆରମ୍ଭ ହୋଇଥିଲା |ଉକ୍ତ ବୈଠକ ରେ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଜଳ ଓ ପରିମଳ, ଉନ୍ନୟନ, କୃଷି, ସ୍ଵାସ୍ଥ୍ୟ,ମହିଳା ଓ ଶିଶୁ ବିକାଶ, ଆଦିବାସୀ ହରିଜନ କଲ୍ୟାଣ, ଶିକ୍ଷା, ବିଦ୍ୟୁତ, ପ୍ରଧାନମନ୍ତ୍ରୀ ଆବାସ, ଉଦ୍ୟାନ, ଜଙ୍ଗଲ ଓ ପରିବେଶ, ଖାଦ୍ୟ, ଭତ୍ତା ପ୍ରଭୃତି 16 ଗୋଟି ବିଭାଗ କୁ ନେଇ ଆଲୋଚନା ହୋଇଥିଲା | ବୈଠକ ରେ ଜଳ ଓ ପରିମଳ ବିଭାଗ ଆଲୋଚନା ବେଳେ ବ୍ଲକ ରେ ଚାଲିଥିବା ଥିବା ମେଗା ପାନୀୟ ଜଳ ପ୍ରକଳ୍ପ ନେଇ ବ୍ୟାପକ ଅନିୟମିତତା ହୋଇଛି ଓ ଏଯାବତ ଗାଁ ରାସ୍ତା ଭାଙ୍ଗି ପାଇପ ପକାଇବା ଫଳରେ ଲୋକଙ୍କୁ ଯାତାୟତ ବେଳେ ଅସୁବିଧା ଉପୁଜୁଛି ବୋଲି ସରପଞ୍ଚ ଓ ସମିତି ସଭ୍ୟ ମାନେ ଅଭିଯୋଗ କରିଥିଲେ |କଞ୍ଚଣା ପଂଚାୟତ ର ଭାଟପଡା ତାଳପଡା ପଂଚାୟତ ଅ|ମ୍ବଝର ନୂଆପଲ୍ଲୀ ପ୍ରଭୃତି ଗ୍ରାମ ମାନଙ୍କ ରେ 9 ବର୍ଷ ହେଲା ବସୁଧା ଯୋଜନା ରେ ପାନୀୟ ଜଳ ମିଳିନାହିଁ ବୋଲି ସରପଞ୍ଚ ମନୋଜ କୁମାର ସେଠି ଓ ସମିତି ସଭ୍ୟ ଚିତ୍ରସେନ ଘୋଷ ପ୍ରକାଶ କରିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଲୋଚନା ରେ କଞ୍ଚଣା -ରାଣୀପଡ଼ା, ପୁସ୍ତପୁର ରାଣୀ ପଡା ଓ 16 ନମ୍ବର ଜାତୀୟ ରାଜପଥ ଠାରୁ କୁଶଢ଼ିପା ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ନେଇ ବିକ୍ରମପୁର ସରପଞ୍ଚ ପ୍ରସନ୍ନ ଆଚାର୍ଯ୍ୟ ଅଭିଯୋଗ କରିଥିବା ବେଳେ 2020 ମସିହା ରୁ କଞ୍ଚଣା ଆର ଆଇ କାର୍ଯ୍ୟାଳୟ ନିର୍ମାଣ ପାଇଁ 35 ଲକ୍ଷ ଟଙ୍କା ଅନୁଦାନ ମିଳିଥିଲେ ମଧ୍ୟ ନିର୍ମାଣ ହୋଇପାରିନି ବୋଲି କଞ୍ଚଣା ସମିତି ସଭ୍ୟ ଚିତ୍ରସେନ ଘୋଷ ଦୃଷ୍ଟି ଆକର୍ଷଣ କରିଥିଲେ | କେଶପୁର ର ଅର୍ଦ୍ଧ ନିର୍ମିତ ବସ ଷ୍ଟାଣ୍ଡ ନର୍ମାଣ କୁ ପୂର୍ଣ୍ଣାଙ୍ଗ ପାଇଁ ସରପଞ୍ଚ ବିଚିତ୍ର ଜାଲ୍ଲୀ ଦାବି କରିଥିଲେ | ପୂର୍ତ୍ତ ବିଭାଗ ଆଲୋଚନା ବେଳେ ବିଭାଗୀୟ ଯନ୍ତ୍ରୀ ଖଲ୍ଲିକୋଟ ମ|ନାପଲି ରାସ୍ତା ନିର୍ମାଣ ପାଇଁ 9 କୋଟି ଓ ଲଙ୍ଗଳେଶ୍ୱର ଘୋଡାପଡା ରାସ୍ତା ନିର୍ମାଣ ପାଇଁ 18 କୋଟି ମଂଜୁର ହେବା କଥା କହିଥିବା ବେଳେ ସରପଞ୍ଚ ପ୍ରସନ୍ନ ଆଚାର୍ଯ୍ୟ ହରିଡ଼ାମୂଳ ଠାରୁ ଆସିକା ଜାତୀୟ ରାଜପଥ ପ୍ରସ୍ତାବ ଉଠାଇଥିବା ବେଳେ ଖଲ୍ଲିକୋଟ ରେ ବାଇ ପାସ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିବା ପ୍ରକାଶ କରିଥିଲେ |ମନେରେଗା ରେ ଗତ 2023 – 24 ରେ 6 ଲକ୍ଷ 42 ହଜାର ଶ୍ରମିକ ଦିବସ ସୃଷ୍ଟି କରାଯାଇ 16 କୋଟି ଟଙ୍କା ବିନିଯୋଗ ହୋଇଥିବା ପ୍ରକଳ୍ପ ଅଧିକାରୀ ସୂଚନା ଦେଇଥିବା ବେଳେ ବ୍ଲକ ର ସହ ନିର୍ବାହୀ ଯନ୍ତ୍ରୀ ହରିକୃଷ୍ଣ ସାହୁ ବ୍ଲକ ରେ 5ଟି ମାଧ୍ୟମ ରେ ସମସ୍ତ କଲେଜ ମିଳିଥିବା ଅନୁଦାନ ପର୍ଯ୍ୟାପ୍ତ ନଥିବାରୁ ଅଧିକ ଅର୍ଥ ମାଗାଜିବା ପ୍ରକାଶ କରି ବ୍ଲକ ର 29 ଗୋଟି ପଂଚାୟତ ରେ 63 ଗୋଟି ମନ୍ଦିର ରୂପାନ୍ତରିକରଣ ଓଲକ୍ଷ୍ମୀ ବସ ରହଣି ସ୍ଥଳ ରେ 63 ଗୋଟି ବସ ଷ୍ଟପେଜ ନର୍ମାଣ ସାଙ୍ଗକୁ ଆମ ଓଡିଶା ନବୀନ ଓଡିଶା ଯୋଜନା ରେ 315 ପ୍ରକଳ୍ପ ହାତକୁ ନିଆଯାଇ ବିଭାଗୀୟ ଯନ୍ତ୍ରୀ ମାନେ ଏହି କାର୍ଯ୍ୟକ୍ରମ ସମ୍ପାଦନ କରିବେ ବୋଲି ସୂଚନା ଦେଇଥିଲେ |ତେବେ ଆମ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟ ରେ ସରପଞ୍ଚ ମାନଙ୍କୁ ଗୁରୁତ୍ୱ ନ ଦେବା ନେଇ ବୈଠକ ରେ ଗଭୀର କ୍ଷୋଭ ପ୍ରକାଶ ପାଇଥିଲା | ସରକାରଙ୍କ ପଂଚାୟତ ସ୍ତରରେ କାର୍ଯ୍ୟକାରୀ ହେଉଥିବା ଯୋଜନା ରେ ସମିତି ସଭ୍ୟ ମାନଙ୍କୁ ଅଣଦେଖା କରାଯାଉଥିବା ନେଇ ସମିତି ସଭ୍ୟ ସଂଘ ର ସଭାପତି ଚିତ୍ରସେନ ଘୋଷ ଓ କାଇରସୀ ସମିତିସଭ୍ୟ ବାନାମ୍ବର ସ୍ୱଇ ଅଭିଯୋଗ କରିଥିଲେ |ସେହିପରି ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧକ୍ଷ ଡାକ୍ତର ପ୍ରଦୀପ କୁମାର ଗନ୍ତାୟତ ଖଲ୍ଲିକୋଟ ବ୍ଲକ ରେ ଏଡ଼ସ, ଯକ୍ଷ୍ମା ଓ ମ୍ୟାଲେରିଆ ନୟନ୍ତ୍ରଣ ରେ ଥିବା ପ୍ରକାଶ କରିଥିବା ବେଳେ ସଭ୍ୟ ମାନେ ଡାକ୍ତର ଅଭାବ କଥା ଉଠାଇଥିଲେ | ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରଶାନ୍ତ କୁମାର ବେହେରା ମାଗଣା ଆଳୁ ବିହନ ଓ ମସଲା ମିଶନ ମାଧ୍ୟମ ରେ ଧନିଆ ଓ କଞ୍ଚାଲଙ୍କା ସମ୍ପର୍କରେ ସୂଚନା ଦେଇଥିଲେ | ଉକ୍ତ ବୈଠକ ରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ସଭ୍ୟ ମାନଙ୍କ ପାଖରେ ଉତ୍ତର ରଖିଥିଲେ |ତହସିଲଦାର ଶ୍ରୀକୁମାର ରଥ, ସି ଡ଼ି ପି ଓ ପଦ୍ମିନୀ ସାହୁ ବ୍ଲକ ଉପାଧ୍ୟାଖ୍ୟା ଭାରତୀ ମହାରଣା ଜିଲ୍ଲା ପରିଷଦ ସଭ୍ୟ ସୋନମ ପଳାଇ, ବିନାୟକ ଜାଲ୍ଲୀ, ଚନ୍ଦନା ସେଠି ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |
(ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )
